ୱିକିମେଡ଼ିଆ ମୁଖ୍ୟାଂଶ, ଜୁଲାଇ ୨୦୧୫

This page is a translated version of the page Wikimedia Highlights, July 2015 and the translation is 100% complete.



"Darshan Kandolkar talks about Konkani Wikipedia.webm" by Wikimedia India, freely licensed under CC-BY-SA 4.0.; "File:Leigh Thelmadatter-7697.jpg" by Karen Sayre for the Wikimedia Foundation, released under the CC BY-SA 3.0 license; "London-Eye-2009.JPG" by Kham Tran, feely licensed under CC BY-SA 3.0.; "IFTTT Logo.svg" by IFTTT, public domain; "File:Albert_V_Bryan_Federal_District_Courthouse_-_Alexandria_Va.jpg" by Tim Evanson, freely licensed under CC BY-SA 2.0.; Collage by Andrew Sherman.

ଜୁଲାଇ ୨୦୧୫ରେ ଉଇକିମିଡ଼ିଆ ବ୍ଲଗ୍ମୁଖ୍ୟାଂଶ ଏଠାରେ ଦିଆଗଲା ।

କୋଙ୍କଣୀ ଉଇକିପିଡ଼ିଆ ଆରମ୍ଭ ହେଲା

ଉଇକିମିଡ଼ିଆ ସଦସ୍ୟ ଦର୍ଶନ କାଣ୍ଡୋଲକର ନିଜ ଅନୁଭୂତି ଆମ ସହ ବାଣ୍ଟୁଛନ୍ତି କୋଙ୍କଣୀ ଉଇକିପିଡ଼ିଆରେ ଲେଖିବା ବାବଦରେ । କୋଙ୍କଣୀ ଭାଷାରେ ଭିଡ଼ିଓVideo by Wikimedia India, freely licensed under CC-BY-SA 4.0.

ଦୀର୍ଘ ନ ବର୍ଷ ପ୍ରସ୍ତୁତ ହେବା ଅପେକ୍ଷାରେ ଗୋଆର କୋଙ୍କଣୀ ଉଇକିପିଡ଼ିଆ ଜୁନ୍ ୧୮ ତାରିଖରେ ଆରମ୍ଭ ହେଲା । ଏହି ପ୍ରକଳ୍ପ ଅନେକ ବାଧାବିଘ୍ନ ଦେଇ ଗତି କରିଛି, କିନ୍ତୁ ମୁଖ୍ୟତଃ ଭାରତୀୟ ରାଜ୍ୟ ଗୋଆର ସମ୍ପାଦକୀୟ ମଣ୍ଡଳୀଙ୍କ ଉତ୍ସାହ ଏବଂ ଉଦ୍ଦୀପନା ହେତୁ ଏହା ସଫଳ ହୋଇପାରିଲା ।

ଗୋଆର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଉପରେ ଏକ ପ୍ରକଳ୍ପ ଆରମ୍ଭ କରିବାକୁ ଚାହେଁ, ଏବଂ ଏଥିରେ ଛାତ୍ରମାନଙ୍କ ଠାରୁ ସାମ୍ବାଦିକ ଏବଂ ସ୍ତମ୍ଭକାର ଭଳି ଅନେକ ଲୋକଙ୍କୁ ଅନ୍ତର୍ଭୂକ୍ତ କରିବାକୁ ଚାହେଁ । ମୁଁ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କ ସହ ସହଯୋଗୀତା କରିବାକୁ ଚାହେଁ, ଏହା ଦ୍ଵାରା ଆମେ ଛାତ୍ରଛାତ୍ରୀଙ୍କୁ ଦୀର୍ଘମିଆଦି ବ୍ୟବସ୍ଥାରେ ଆମ ସହ ସାମିଲ କରି କୋଙ୍କଣୀ ଗୋଷ୍ଠୀକୁ ସମୃଦ୍ଧ କରିପାରିବୁ ।

“ପରିବର୍ତ୍ତନର ଅଂଶ ହୁଅ, ଯାହା ତୁମେ ଚାହଁ” : ଲେଇ ଥେଲ୍‌ମାଡାଟର୍

 
ଲେଇ ଥେଲ୍‌ମାଡାଟର, ୨୦୧୨ ମସିହା ଉଇକିମିଡ଼ିଆ ସଂଗଠନର ଅର୍ଥସଂଗ୍ରହ ଅଭିଯାନପାଇଁ ଫୋଟୋଗ୍ରାଫି କରିଥିଲେ । Photo by Karen Sayre for the Wikimedia Foundation, released under the CC BY-SA 3.0 license.

ଜଣେ ବିଶ୍ଵବିଦ୍ୟାଳୟର ଶିକ୍ଷକ ଏବଂ ଉଇକିପିଡ଼ିଆ ସଦସ୍ୟ, ଲେଇ ଥେଲ୍‌ମାଡାଟର୍ ଉଇକିପିଡ଼ିଆରେ ମେକ୍ସିକୋ ରାଜ୍ୟର ଖାଦ୍ୟ ଏବଂ ପାନୀୟ ଠାରୁ ଆରମ୍ଭ କରି ଆତ୍ମଜୀବନୀ ଏବଂ ଚର୍ଚ୍ଚ ଆଦି ବିଷୟ ସମ୍ବଳିତ ଅନେକ ଲେଖା ଲେଖିଛନ୍ତି । ବର୍ତ୍ତମାନ, ସେ ଛାତ୍ରଛାତ୍ରୀଙ୍କ ସହ ମିଶି ମେକ୍ସିକୋ ଏବଂ ଏହାର ସଂସ୍କୃତି ବାବଦରେ ଥିବା ଉଇକିପିଡ଼ିଆର ଲେଖାଗୁଡ଼ିକୁ ସମୃଦ୍ଧ କରୁଛନ୍ତି ଏବଂ ଉଲ୍ଲେଖଯୋଗ୍ୟ ସୂଚନା ସଂଗ୍ରହ ପାଇଁ ଦେଶସାରା ଭ୍ରମଣ କରୁଛନ୍ତି ।

ମୁଁ ଭାବେ ଉଇକିମିଡ଼ିଆ ଏବଂ ଏହାପରି ଅନେକ କାର୍ଯ୍ୟକ୍ରମ ଦ୍ଵାରା ଅନ୍ତତଃ ସୂଚନାକୁ ସହଜରେ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇ ହେଉଛି ।

ଉଇକିକିଡାଟା, ଖୁବ୍ ଶୀଘ୍ର ଖାଦ୍ୟତାଲିକାରେ ଆସୁଛି

 
ଉଇକିଡାଟା ଖାଦ୍ୟତାଲିକା ପ୍ରତିଯୋଗିତା ପାଇଁ ଲୋଗୋଟାଇପ Logo by Offnfopt, freely licensed under CC0 1.0

ଉଇକିମିଡ଼ିଆ ସ୍ଵିରିଜ (ସ୍ଵିଡ଼େନ)ରେ ଆମେ ଖାଦ୍ୟ, ଭ୍ରମଣ ଏବଂ ନିଃଶୁଳ୍କ ଡାଟାକୁ ଭଲ ପାଉ । ସେଇଥି ପାଇଁ ଆମେ ଚିନ୍ତା କଲୁ: ଆମେ କଣ କରି ଯେଉଁମାନେ ଅଧିକ ଯାତ୍ରାକରୁଛନ୍ତି ସେମାନଙ୍କ କଷ୍ଟ ଦୂର କରିପାରିବୁ? ଉଇକିଡାଟା ସହାୟତାରେ, ସଦସ୍ୟମାନେ ନିଷ୍ପତ୍ତି ନେଲେ ଯେ ରେସ୍ତୋରାଁ ମାନଙ୍କର ମେନୁ ଚାଲେଞ୍ଜ୍ କରିବେ ସମଗ୍ର ବିଶ୍ଵରେ, ସେମାନଙ୍କ ମେନୁକୁ ଅଧିକ ସୂଚନାରେ ଉନ୍ନତ କରିବାପାଇ । ସଦସ୍ୟମାନେ ଉଇକିଡାଟା ବ୍ୟବହାର କରି ଲେବଲ୍, ଭାଷାନ୍ତରଣ ଏବଂ ଚିତ୍ର ଆଦି ଯୋଗାଇ ଦେଲେ ।

ଉଇକିଡାଟା ଏକ ମୂଳତଃ ସଜାଇ ହୋଇ ରହିଥିବା ଡାଟା ଯାହାକୁ କମ୍ପ୍ୟୁଟର ଏବଂ ବ୍ୟକ୍ତିମାନେ ସହରେ ସମ୍ପାଦନ କରିପାରିବେ । ଗୋଟିଏ ମୂଳ ଲକ୍ଷ୍ୟ ହେଉଛି ଉଇକିପିଡ଼ିଆ, କିନ୍ତୁ ଏହାର ସମ୍ଭାବନା ଅନେକ, ଯାହା ଆମେ ଏହି ପ୍ରକଳ୍ପ ଦ୍ଵାରା ଦେଖାଇବାକୁ ଚାହୁଁଥିଲୁ ।

ଉଇକିମିଡ଼ିଆ ସଦସ୍ୟମାନେ ଇଉରୋପିଆନ ୟୁନିଅନକୁ ନିବେଦନ କରିଥିଲେ ପାନୋରାମାର ସ୍ଵାଧୀନତାକୁ ସୁରକ୍ଷିତ ରଖିବାପାଇଁ

 
ପାନୋରାମା ସ୍ଵାଧୀକାରର ସ୍ଵାଧୀନତା ଅନ୍ତର୍ଗତ ଲଣ୍ଡନ ଆଇର ଛବି ଅନଲାଇନ୍ ଶେୟାର୍ କରିବା । Photo by Kham Tran, feely licensed under CC BY-SA 3.0.

ନିକଟରେ, ଇଉରୋପିଆନ୍ ପାର୍ଲିଆମେଣ୍ଟ ନିୟମ କରିଥିଲେ ଯେ ସମଗ୍ର ଇଉରୋପିଆନ୍ ସଂଘର ଅନେକ ସ୍ଥାନରେ କଟକଣା ଜାରି କରିବେ । ଉଇକିମିଡ଼ିଆ ଗୋଷ୍ଟୀ ଏହିହେତୁ କ୍ରିୟାଶୀଳ ହୋଇଥିଲା ।

ସୂଚନା(ଜୁଲାଇ ୧୩): ଜୁଲାଇ ୯ ତାରିଖରେ, ଇଉରୋପିଆନ୍ ପାର୍ଲିଆମେଣ୍ଟ ରେଡ଼ା ରିପୋର୍ଟ ଉପରେ ଭୋଟ ଦେଇଥିଲେ । ପାନୋରାମାର ସ୍ଵାଧୀନତାକୁ ଏହି ରିପୋର୍ଟରୁ ବାଦ ଦିଆଯାଇଥିଲା । ଏହାର ଅର୍ଥ, ବର୍ତ୍ତମାନ ପାଇଁ କୌଣସି ପରିବର୍ତ୍ତନ ହୋଇନାହିଁ । ଯେଉଁ ସବୁ ଦେଶରେ ପାନୋରାମା ସ୍ଵାଧୀକାରର ସ୍ଵାଧୀନତା ଥିଲା ତାହା ବଜାୟ ରହିବ । ଆଉ ଯେଉଁ ସବୁ ଦେଶରେ ପାନୋରାମାର ସ୍ଵାଧୀକାରର ସ୍ଵାଧିନତା ନଥିଲା ତାହା ସେମିତି ରହିବ ।

ଉଇକିମିଡ଼ିଆ ସଂଗଠନ ତରଫରୁ ACLU ଅଭିଯୋଗ ପତ୍ର ଦାଖଲ କରିଥିଲେ

 
ଭର୍ଜିନିଆର ଆଲେକ୍‌ଜାଣ୍ଡ୍ରିଆସ୍ଥିତ ଆଲବର୍ଟ୍ ଭି. ବ୍ରାୟାନ୍ ଯୁକ୍ତରାଷ୍ଟ୍ର କୋର୍ଟ୍ ହାଉସ ଉପରେ ଅନ୍ଧପୁଟୁଳି ବନ୍ଧା କାନୁନ ନିକିତି ଧରି ଠିଆ ହେବାର ପ୍ରତିମୂର୍ତ୍ତି ରହିଛି । Photo by Tim Evanson, freely licensed under CC BY-SA 2.0.

ମାର୍ଚ ୧୦ ତାରିଖରେ, ଉଇକିମିଡ଼ିଆ ଫାଉଣ୍ଡେସନ NSAର ମନମୁଖୀ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ବିରୁଦ୍ଧରେ ଏକ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ସେପ୍ଟେମ୍ବର ମାସର ଶେଷାର୍ଦ୍ଧରେ ଏହାକୁ ନେଇ ସରକାରଙ୍କ ତରଫରୁ ଦିଆଯାଇଥିବା ତଥ୍ୟକୁ କୋର୍ଟରେ ଉପସ୍ଥାପନ କରାଯାଇପାରେ ।

ଉଇକିପିଡ଼ିଆର ସାଂପ୍ରତିକ ସୂଚନାସବୁ ସହଜରେ ପାଇପାରିବେ IFTTT ଦ୍ଵାରା

 
ଯଦି ଏହା ତେବେ ତାହା, କିମ୍ବା IFTTT, ଦ୍ଵାରା ଉଇକିପିଡ଼ିଆର ସମସ୍ତ ସୂଚନା ସହଜରେ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ । Logo by IFTTT, public domain.

ଉଇକିପିଡ଼ିଆର ନୂଆ ଚାନେଲ୍ IFTTT ନିଃଶୁଳ୍କ ସୂଚନାକୁ ଶେୟାର କରିବା ପ୍ରଣାଳୀକୁ ପୂର୍ବାପେକ୍ଷା ସହଜ କରିବ । ଏଥିରେ ଅନ୍ତର୍ଭୂକ୍ତ:

  • Picture of the day: ଉଇକିମିଡ଼ିଆ କମନ୍‌ସର ଦିନର ବଛାହୋଇଥିବା ଚିତ୍ରର ସୂଚନା
  • Article of the day: ଉଇକିପିଡ଼ିଆରୁ ଗୋଟିଏ ପ୍ରସଙ୍ଗ, ପ୍ରତିଦିନ ଉଇକିପିଡ଼ିଆର ଶ୍ରେଷ୍ଠ ପ୍ରସଙ୍ଗମାନଙ୍କରୁ ବଛା ହୋଇଥିବା
  • Word of the day: ଉଇକିଅଭିଧାନରୁ ଦିନର ଶବ୍ଦର ଅର୍ଥ
  • New edits to a Wikipedia article: ଉଇଇକିପିଡ଼ିଆ ପୃଷ୍ଠାରେ ହୋଇଥିବା ନୂତନ ପରିବର୍ତ୍ତନ (ଉଇକିପିଡ଼ିଆର ଦେଖଣାତାଲିକା ପରି )
  • New edits from a specific user: ଜଣେ ନିର୍ଦ୍ଦିଷ୍ଟ ଉଇକିଆଳଙ୍କର ନୂଆ ଅବଦନ ସବୁ
  • New edit with a hashtag in the edit summary: ବଦଳ ସାରକଥାରେ ହାସଟାଗ୍ ଦେଖିବା (ନିଜର ଆଗାମୀ#editathonପାଇଁ ହାସଟାଗ୍ ବ୍ୟବହାର କରିବା !)
  • Article updated in a category: ଯେକୌଣସି ଗୋଟିଏ ଶ୍ରେଣୀର ଅନ୍ତର୍ଗତ ଉଇକିପିଡ଼ିଆ ପ୍ରସଙ୍ଗରେ ପରିବର୍ତ୍ତନ
  • Articles added to a category: ପ୍ରତ୍ୟେକଥର ଯେତେବେଳେ ଗୋଟିଏ ନୂଆ ପ୍ରସଙ୍ଗ କୌଣସି ଏକ ଶ୍ରେଣୀରେ ଯୋଡ଼ାଯାଏ

Andrew Sherman,ଡିଜିଟାଲ୍ ସଂପ୍ରସାରଣ କନିଷ୍ଠ ଅଧିକାରୀ, ଉଇକିମିଡ଼ିଆ ଫାଉଣ୍ଡେସନ