Fundraising 2011/Thank You Mail/or

Translation instructions
  • For pages marked "Missing" or "In progress", click the page title and start translating. When you are done, click "edit status" and change the status to proofreading.
  • For pages marked "Needs updating", compare the page to the source page and update the translation accordingly. When you are done, click "edit status" and change the status to proofreading.
  • It is important to have someone else proofread the translated page! If you have proofread a page and it is ready for publication, click "edit status" and change that page's status to ready.
  • If you are changing something that has already been published, change its status back to ready for it to be published again.

If you have any questions or feedback regarding the translation process, please post them here. Translation FAQ

ପ୍ରିୟ [first name]

ଆପଣ ମହାନ, ଉଇକିମିଡ଼ିଆ ଫାଉଣ୍ଡେସନକୁ ଦାନ କରିଥିବାରୁ ଅନେକ ସାଧୁବାଦ!

ଏହିପରି ଆମେ ଆମର ଖରଚ ପଇଠ କରୁ -- ଆପଣଙ୍କ ପରି ମହତ ଜନମାନେ ପାଞ୍ଚ ଡଲାର, କୋଡ଼ିଏ ଡଲାର, ଶହେ ଡଲାର ଦେଇଥାନ୍ତି । ମୋର ସବୁଠାରୁ ପ୍ରିୟ ଦାନ ପାଞ୍ଚ ପାଉଣ୍ଡ ଆସିଥିଲା ଇଂଲଣ୍ଡର ଏକ ଛୋଟ ଝିଅଠାରୁ ଯିଏ ତାହାର ବାପା ବୋଉଙ୍କୁ ନିଜ ହାତ ଖର୍ଚରୁ ଦେବା ପାଇଁ ବାଧ୍ୟ କରିଥିଲା । ଆପଣଙ୍କ ଭଳି ଲୋକ ଯିଏକି ସେହି ଝିଅ ସହ ମିଶି ତା ଭଳି ଉଇକିପିଡ଼ିଆକୁ ମାଗଣା ଓ ସହଜରେ ଦୁନିଆର ସବୁ ଲୋକଙ୍କ ପାଖରେ ନିର୍ଭୁଲ ତଥ୍ୟ ପହଞ୍ଚେଇବାରେ ସାହାଯ୍ୟ କରିଛନ୍ତି । ସମସ୍ତଙ୍କ ପାଇଁ ଯେଉଁମାନେ ଏହି ଦାନ ପାଇଁ ସହଯୋଗ କରିଛନ୍ତି ଓ ଯେଉଁମାନେ ଦାନ ନକରିପାରିବେ । ବହୁତ ଧନ୍ୟବାଦ ।

ମୁଁ ଜାଣେ ଯେ ଆମ ଗୁହାରିକୁ ଅଣଦେଖା କରିବା ସହଜ ଏବଂ ମୁଁ ଖୁସି ଯେ ଆପଣ ଏହାକୁ ଅଣଦେଖା କରିନାହାନ୍ତି । ମୋ ତରଫରୁ ଓ ଉଇକିପିଡ଼ିଆରେ ଲେଖୁଥିବା ଲକ୍ଷ ଲକ୍ଷ ସ୍ଵେଚ୍ଛାସେବୀ ମାନଙ୍କ ତରଫରୁ : ଏହି ଦୁନିଆକୁ ସରସ ସୁନ୍ଦର କରିବାରେ ଆମକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ, ଆମେ ଆପଣଙ୍କ ଅର୍ଥକୁ ଦାୟିତ୍ଵର ସହ ଖର୍ଚ କରିବୁ । ମୁଁ ଆପଣଙ୍କୁ ଧନ୍ୟବାଦ ଦଉଛି ଆମ ଉପରେ ବିଶ୍ଵାସ କରିବା ଯୋଗୁ ।

ଧନ୍ୟବାଦ,
ସ୍ୟୁ ଗାର୍ଡ଼ନର
ଉଇକିମେଡିଆ ସଂସ୍ଥାର ମୁଖ୍ୟ ନିର୍ଦେଶକ


ଅନିଚ୍ଛୁକ ଥିଲେ :
ଆମେ ଆପଣଙ୍କୁ ଆସନ୍ତା ବର୍ଷ ଏହି ସମୟରେ ମେଲ ଜରିଆରେ ଆପଣଙ୍କ ଦାନର ପୁନରାବୃତି କରିବାକୁ ଜଣେଇବୁ । ଯଦି ଆପଣ ଭବିଷ୍ୟତରେ ଆଉ ମେଲ ନ ପାଇବାକୁ ଚାହୁଁଥିବେ ତାହେଲେ ତଳ ଲିଙ୍କରେ କ୍ଲିକ କରନ୍ତୁ :

[unsub link]

ଆପଣଙ୍କ ମନେରଖିବା ପାଇଁ: ଆପଣଙ୍କ ଦାନ ତାରିଖ [date] ପରିମାଣ [amount] ।

ଏହି ଚିଠାଟି ଆପଣଙ୍କର ଦାନ ତାଲିକା ରଖିବା ପାଇଁ କାମରେ ଆସିବ । ଏହି ଦାନ ନିମନ୍ତେ କୌଣସି ଦ୍ରବ୍ୟ କିମ୍ବା ସେବା ପୂର୍ଣ୍ଣ ରୂପେ କିମ୍ବା ଅଂଶୀଦାର ଭାବେ ଦିଆଯାଏ ନାହିଁ । ଉଇକିମିଡ଼ିଆ ଫାଉଣ୍ଡେସନଟି ଗୋଟିଏ ଅଣଲାଭକାରୀ ସଂସ୍ଥା ଯାହାର କି ଆମେରିକାର 501(c)(3) ଅନୁସାରେ ଶୁଳ୍କ ରିହାତି ବ୍ୟବସ୍ଥା ଅଛି । ଆମ ଠିକଣା : ୧୪୯ ନିଉ ମୋଣ୍ଟଗୋମେରୀ,ଥାର୍ଡ ଫ୍ଲୋର,ସାନ ଫ୍ରାନସିସ୍କୋ, ସିଏ, ୯୪୧୦୫. ୟୁ.ଏସ. ଶୁଳ୍କ ରିହାତି ନଂ: ୨୦-୦୦୪୯୭୦୩