Fundraising 2011/Jimmy Mail/or

Translation instructions
  • For pages marked "Missing" or "In progress", click the page title and start translating. When you are done, click "edit status" and change the status to proofreading.
  • For pages marked "Needs updating", compare the page to the source page and update the translation accordingly. When you are done, click "edit status" and change the status to proofreading.
  • It is important to have someone else proofread the translated page! If you have proofread a page and it is ready for publication, click "edit status" and change that page's status to ready.
  • If you are changing something that has already been published, change its status back to ready for it to be published again.

If you have any questions or feedback regarding the translation process, please post them here. Translation FAQ

Please share this with a friend edit

ଆଦରର [name],

ଉଇକିମିଡ଼ିଆର ପାଣ୍ଠି ସଂଗ୍ରହ କେମିତି କାମକରେ ଜାଣନ୍ତୁ: ପ୍ରତିବର୍ଷ ଆମପାଇଁ ଲୋଡ଼ା ଥିବା ପାଣ୍ଠିତକ କେବଳ ଆମେ ସଙ୍ଗ୍ରହ କରିଥାଉ, ତାହାପରେ ପାଣ୍ଠି ସଙ୍ଗ୍ରହକୁ ବନ୍ଦ କରିଦେଉ । ଯେହେତୁ ଆପଣ ଓ ଆଉ କେତେଜଣ ଉଇକିପିଡ଼ିଆ ପାଠକ ବିଗତ କେତେ ସପ୍ତାହ ଧରି ଉଇକିପିଡ଼ିଆକୁ ଦାନ କରିଆସୁଛନ୍ତି, ଆମେ ଆମର ଲକ୍ଷ ସ୍ଥଳରେ ଏହି ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିଯିବୁ ବୋଲି ଆଶା, କିନ୍ତୁ ଏବେ ଯାଏଁ ଆମେ ସେଠାରେ ପହଞ୍ଚି ପାରିନାହୁଁ ।

ଆପଣ ନିଜର କାମ ଏହି ବର୍ଷ ତୁଲାଇଛନ୍ତି । ଆପଣଙ୍କୁ ଅନେକ ସାଧୁବାଦ । କିନ୍ତୁ ଉଇକିପିଡ଼ିଆ ଉପରେ ଭରସା କରୁଥିବା ଆପଣଙ୍କର କେହି ଜଣେ ପରିଚିତ ବନ୍ଧୁଙ୍କୁ ଏହି ଇମେଲ ପଠାଇପାରିବେ, ଫଳରେ ସେ ଏଠାରେ କ୍ଲିକ କରି ଆମର ଲକ୍ଷ ପୁରଣ କରିବାରେ ସହଯୋଗ କରିପାରିବେ । ଯଦି ଏହାକୁ ପଢୁଥିବା ସଭିଏଁ ଆଉ ଜଣେ ସାଙ୍ଗଙ୍କୁ ଏହି ମେଲଟି ପଠାଇ ଦିଅନ୍ତେ ତାହାଲେ ଆଜି ଆମେ ଆମ ପାଣ୍ଠି ସଂଗ୍ରହର ଲକ୍ଷ୍ୟରେ ପହଞ୍ଚିପାରନ୍ତୁ ।

ଅବଶ୍ୟ ଆପଣ ଆଉଥରେ କିଛି ଦାନ ଦେବାପାଇଁ ଚାହିଁଲେ ଆମେ ଆନନ୍ଦିତ ହେବୁ, ଯାହା ଆପଣ ଏହିଠାରେ କରିପାରିବେ:

[url]

ଗୁଗଲର ବୋଧେ ଲକ୍ଷାଧିକ ସର୍ଭର ଥାଇପାରେ । ୟାହୁର ବୋଧେ ୧୩,୦୦୦ କର୍ମଚାରୀ ଅଛନ୍ତି । ତେବେ ଆମର ୬୭୯ ଗୋଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।

ଉଇକିପିଡ଼ିଆ ହେଉଛି ଇଣ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯାହା ପ୍ରତି ମାସରେ ୪୫୦୦ ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଯୋଗାଇ ଆସୁଛି କୋଟି କୋଟି ପୃଷ୍ଠାର ଦେଖଣା ମାଧ୍ୟମରେ ।

ବଣିଜ ଭଲ କଥା । ବିଜ୍ଞାପନ ମଧ୍ୟ କିଛି ଖରାପ କଥା ନୁହେଁ । କିନ୍ତୁ ସେସବୁ ଏଠାରେ ନାହିଁ । ଉଇକିପିଡ଼ିଆରେ ନାହିଁ ।

ଉଇକିପିଡ଼ିଆର ଗଢ଼ଣ ନିଆରା । ଏହା ଗୋଟିଏ ଖୋଲା ଜ୍ଞାନକୋଷ ବା ପାଠାଗାର ଭଳି । ଏହା ହେଉଛି ଏକ ଜ୍ଞାନ ମନ୍ଦିର ଯେଉଁଠିକି ଆମେ ସମସ୍ତେ ଯାଇ ନିଜ ଭାବନା ପ୍ରକାଶ କରିପାରିବା, ଶିଖିପାରିବା ଓ ନିଜ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବା । ଯେତେବେଳେ ମୁଁ ପ୍ରଥମେ ଉଇକିପିଡ଼ିଆ ଗଢ଼ିଲି, ଏହାକୁ ମୁଁ ପ୍ରଚାର ପତ୍ରର ସାହାଯ୍ୟରେ ଏକ ଲାଭକାରୀ ସଙ୍ଗଠନ କରିପାରିଥାନ୍ତି, କିନ୍ତୁ ମୁଁ କିଛି ନିଆରା କରିବାକୁ ସିଦ୍ଧାନ୍ତ ନେଲି । ଏହାକୁ ସ୍ଥିର ଓ ଅଟଳ କରିବା ନିମନ୍ତେ ଆମେମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଛୁ । ଆମେ ଆମର ଲକ୍ଷ ହାସଲ କରୁ ଓ ଅଳିଆ ଛାଡ଼ି ଦେଉ ।

ଏହାକୁ ପଢୁଥିବା ସମସ୍ତ ବ୍ୟକ୍ତି ଯଦି ୨୫୦ଟଙ୍କା ଲେଖାଏଁ ଦାନ କରିଥାନ୍ତେ,ତେବେ ଆମକୁ ବର୍ଷରେ ଗୋଟେ ଦିନ ଏହିପରି କରିବାକୁ ପଡ଼ିଥାନ୍ତା, ହେଲେ ସଭିଏଁ ଦାନକରିବାକୁ ଚାହିଁବେ ନାହିଁ ବା କରିବେ ନାହିଁ । ସେମିତି ହେଲେ ବି ଚଳିବ । ସବୁ ବର୍ଷ ଯଥେଷ୍ଟ ଲୋକ ଦାନ କରିବାକୁ ସ୍ଥିର କରିଥାନ୍ତି ।

ଏହି ବର୍ଷ ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଉଇକିପିଡ଼ିଆର ରକ୍ଷଣାବେକ୍ଷଣା ନିମନ୍ତେ ଦାନ କରନ୍ତୁ ।

ସାଧୁବାଦ,

ଜିମି ଉଏଲସ
ଉଇକିପିଡ଼ିଆ ପ୍ରତିଷ୍ଠାତା