Fundraising 2011/Kaldari Letter/or

Translation instructions
  • For pages marked "Missing" or "In progress", click the page title and start translating. When you are done, click "edit status" and change the status to proofreading.
  • For pages marked "Needs updating", compare the page to the source page and update the translation accordingly. When you are done, click "edit status" and change the status to proofreading.
  • It is important to have someone else proofread the translated page! If you have proofread a page and it is ready for publication, click "edit status" and change that page's status to ready.
  • If you are changing something that has already been published, change its status back to ready for it to be published again.

If you have any questions or feedback regarding the translation process, please post them here. Translation FAQ

ଇଣ୍ଟରନେଟ ଦୁନିଆଁ ପ୍ରକୃତରେ ବଢିଆ ।

୧୯୯୦ ମସିହାର ପୁରୁଣା ଦିନ ମାନଙ୍କରେ ଏଥିରେ ଅନେକ ବିଭିନ୍ନତା ଥିଲା ଏବେ ଯେମିତି ଲାଗୁଛି ଯେ ଏହା ଏକ ପ୍ରଶଂସନୀୟ ଦୂରଦର୍ଶନ ଯାହାକି ସେତେବେଳେ ଏମିତି ଲାଗୁଥିଲା ଯେମିତି ଏହା କିଛି ଇଚ୍ଛୁକ ଲୋକମାନଙ୍କର ମିଳିତ ଜାଗା ।

ଯେଉଁ ସ୍ଵେଚ୍ଛାସେବୀ ମାନେ ଉଇକିପିଡ଼ିଆ ତିଆରି କରିଛନ୍ତି ସେମାନଙ୍କ ଭିତରୁ ମୁଁ ଜଣେ । ଆଉ ଆମେ ବହୁତ ପୂର୍ବରୁ ଏହା ସ୍ଥିର କରିଥିଲୁ ଯେ ରୋଜଗାର କରିବାଠାରୁ ଲୋକମାନଙ୍କୁ ଶିକ୍ଷିତ କରିବା ଅଧିକ ଗୁରୁତ୍ଵପୂର୍ଣ୍ଣ । ସେଥିପାଇଁ ଉଇକିପିଡ଼ିଆ ଗୋଟିଏ ଅଣଲାଭକାରୀ ସଂସ୍ଥା ଦ୍ଵାରା ପରିଚାଳିତ, ଏବଂ କେବେବି କୌଣସି ବିଜ୍ଞାପନ ଦେଖାଏ ନାହିଁ । ସର୍ଭରଗୁଡ଼ିକୁ ଚାଲୁ ରଖିବା ପାଇଁ ଓ ଅଳ୍ପସଂଖ୍ୟକ କର୍ମଚାରୀଙ୍କୁ ଦରମା ଦେବା ପାଇଁ କିଛି ଅର୍ଥ ଦରକାର । କିନ୍ତୁ ବିଜ୍ଞାପକ ଓ ଆର୍ଥିକ ପ୍ରେରଣାକୁ ନ ନେଇ ଆମେ କଣ କରୁନା ପ୍ରତିବର୍ଷ ଆମେ ଆମ ପଢାଳିମାନଙ୍କୁ କିଛି ଅର୍ଥ ମାଗିଥାଉ ଯାହାଦ୍ୱାରା କି ସେମାନେ ଇଣ୍ଟରନେଟରେ କିଛି ଅଲଗା ପ୍ରଦର୍ଶନ କରୁଥିବା ଲୋକମାନଙ୍କୁ କିଛି ସହୋଯୋଗ କରିପାରିବେ । ଦୟାକରି ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା ବା ଆପଣଙ୍କ ସାମର୍ଥ୍ୟ ଅନୁସାରେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ ।

ବହୁତ ଦିନ ପର୍ଯ୍ୟନ୍ତ ଉଇକିପିଡ଼ିଆରେ ସମ୍ପାଦନ କରି କରି, ଶେଷରେ ମୁଁ ସଫ୍ଟୱେର ଡେଭେଲପର ଭାବେ ଗୋଟେ କର୍ମୀ ହେଲି । ଆଉ ମୁଁ ଏତିକି କହିପାରିବି ଯେ, ଯେଉ ଆଧାର ଗୁଡିକ ଉଇକିପିଡ଼ିଆକୁ ଧରିରଖିଛି ତାହା ଅବସ୍ଥା ଦୟନୀୟ ।

ଗୁଗଲର ପ୍ରାୟତଃ ଲକ୍ଷାଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଅଛନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।

ଉଇକିପିଡ଼ିଆ ହେଉଛି ଇଣ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯିଏକି ପ୍ରତି ମାସରେ ୪୭୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପୃଷ୍ଠା ଦେଖଣା ମାଧ୍ୟମରେ ।

ଦାନ କରିବାରେ ସବୁଠାରୁ ଭଲ କଥା ହେଉଛି ଯଦି ଆପଣ ୫୦୦ ଟଙ୍କା ଉଇକିପିଡ଼ିଆକୁ ଦେଉଛନ୍ତି, ତେବେ ତାହା ଏନେକ ଗୁଣ ବଢିଯାଉଛି । ଯଦି ସେହି ୫୦୦ ଟଙ୍କା ଗୋଟିଏ ଉନ୍ନୟନକାରୀର ଦରମା ଦେବାରେ ସାହାଯ୍ୟ କରୁଛି ଯିଏକି ଗୋଟିଏ ଟୁଲ ଉନ୍ନତି କରୁଛି ଯାହାକୁ କି ଅନ୍ୟ ୧୦୦୦ ସ୍ଵେଚ୍ଛାସେବୀ ବ୍ୟବହାର କରି ଉଇକିପିଡ଼ିଆରେ କିଛି ଗୋଟେ ଉନ୍ନତ କାମ କରନ୍ତି, ତେବେ ନିଶ୍ଚିତଭାବେ ଆପଣଙ୍କର ୫୦୦ ଟଙ୍କାଟି ଅନ୍ୟ ୱେବସାଇଟ ଅପେକ୍ଷା ଏଠି ଅଧିକ ଲାଭକାରୀ ହେଉଛି ।

ଆପଣଙ୍କର ଦାନ ଆମକୁ ଉଇକିପିଡ଼ିଆକୁ ଆହୁରି ଭଲ କରିବାରେ ସାହାଯ୍ୟ କରିବ ଏବଂ ତା ଦ୍ଵାରା ଅନ୍ତତଃ ଇଣ୍ଟରନେଟର ଏହି ଅଂଶଟି ଭଲ ରହିବ ।

ଧନ୍ୟବାଦ,

ରିଆନ କାଲଦାରି
ଉଇକିମିଡ଼ିଆ ପ୍ରୋଗ୍ରାମର