Fundraising 2011/Alan Letter/or

Translation instructions
  • For pages marked "Missing" or "In progress", click the page title and start translating. When you are done, click "edit status" and change the status to proofreading.
  • For pages marked "Needs updating", compare the page to the source page and update the translation accordingly. When you are done, click "edit status" and change the status to proofreading.
  • It is important to have someone else proofread the translated page! If you have proofread a page and it is ready for publication, click "edit status" and change that page's status to ready.
  • If you are changing something that has already been published, change its status back to ready for it to be published again.

If you have any questions or feedback regarding the translation process, please post them here. Translation FAQ

ଉଇକିପିଡ଼ିଆରେ ମୁଁ ୨,୪୬୩ଟି ବିଷୟରେ ଲେଖିଛି । ସେଗୁଡ଼ିକ ସବୁ ମାଗଣାରେ ଅଛି ।

ମୁଁ ଜଣେ ସିଷ୍ଟମ କନ୍ସଲଟାଣ୍ଟ, ବହୁତ ବଡ଼ ବଡ଼ ଅର୍ଥନୈତିକ କମ୍ପାନି ସହ କାମ କରିଆସିଛି । ଯେତେଦିନ ମୁଁ ଏଠି କାମ କରିଛି ଯଦି ସେହି ସମୟକୁ ଅର୍ଥରେ ବଦଳା ଯାଇଥାନ୍ତା ତେବେ ଲକ୍ଷ ଲକ୍ଷ ଡଲାର ମିଳିଥାନ୍ତା ।

କିନ୍ତୁ ଏଠି ଆର୍ଥିକ ପ୍ରୋତ୍ସାହନ ବେଶୀ ନାହିଁ । ଆପଣ ଉଇକିପିଡ଼ିଆରେ ଅନ୍ୟପ୍ରକାର ମୁଦ୍ରା କାରବାର କରନ୍ତି । ସେ ତଥ୍ୟ ମୋ ଦ୍ଵାରା ଖୁସିରେ ପ୍ରଦାନ କରାଯାଇଛି ଆଉ ଅନ୍ୟ ହଜାର ହଜାର ସମ୍ପାଦକ ତାକୁ ତିଆରି କରିବା ପାଇଁ ଆଗଭର । ଆମେ ସମସ୍ତେ ଜାଣିଛୁ ଯେ ଦୁନିଆ ଆହୁରି ଉନ୍ନତ ହେବ କାରଣ ସମସ୍ତ ତଥ୍ୟ ମାଗଣା ମିଳୁଛି ।

ହଁ ଏହା ସତ କଥା ଯେ ଏହି ମାଗଣା ଜିନିଷକୁ ଯୋଗାଉଥିବା ଉତ୍ପାଦନ ଗୁଡିକ ମାଗଣା ନୁହେଁ ସେଥିପାଇଁ ଆମେ ବର୍ଷରେ ଥରେ ଏହି ଦାନ କଥା ଉଠେଇ ଥାଉ । ଉଇକିପିଡ଼ିଆରେ କୌଣସି ବିଜ୍ଞାପନ ନାହିଁ, କୌଣସି ୱେବ ପେଜରେ କିଛି ଫ୍ଲାଶ ବା ପାର୍ଶ୍ଵରେ ମଧ୍ୟ କିଛି ନାହିଁ, ଆମେ ଆପଣଙ୍କୁ କିଛି ବିକିବା ପାଇଁ ଚେଷ୍ଟା କରୁନୁ । ଉଇକିପିଡ଼ିଆରେ ବ୍ୟବସାୟ କଲା ଭଳି କିଛି ନାହି

ଆମେ ଖାଲି ଆପଣଙ୍କଠାରୁ ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଦେଇ ଉଇକିପିଡ଼ିଆର ଏହି ତଥ୍ୟ ଗୁଡ଼ିକୁ ସବୁବେକେ ଆପଣଙ୍କ ସହ ରଖିବାକୁ ଚାହୁଁଛୁ ।

କାରିଗରୀ କୌଶଳ ଯାହା ଆମ କାମକୁ ସାହାଯ୍ୟ କରେ ତାହା ଉଇକିମିଡ଼ିଆ ଫାଉଣ୍ଡେସନ ଯାହାକି ଏକ ଅଣଲାଭକାରି ସଂସ୍ଥା ଓ ତାହା ଏବେ ମର୍ମନ୍ତୁଦ ଅବସ୍ଥାରେ । ଗୁଗଲର ପ୍ରାୟତଃ ଲକ୍ଷାଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଅଛନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।

ଉଇକିପିଡ଼ିଆ ହେଉଛି ଇଣ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯିଏକି ପ୍ରତି ମାସରେ ୪୫୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପୃଷ୍ଠା ଦେଖଣା ମାଧ୍ୟମରେ ।

ଅର୍ଥନୀତି ଏପରି ଗଢା ହେଇଛି ଯେମିତି କି, ଆମେ ଭାବୁଛୁ ଯେ ଲୋକମାନେ ଖାଲି ଅର୍ଥ ଲୋଭରେ କାମ କରନ୍ତି । ଆପଣ ଏମିତି କାହାକୁ ପାଇବେ ଯିଏ ବିନା ପଇସାରେ କାମ କରିବ ?

ଉଇକିପିଡ଼ିଆରେ, ସାହାଯ୍ୟ କରିବା ଓ ଜ୍ଞାନ ବଢେଇବା ଲାଗି ସମସ୍ତ ଉପଦାନ ତିଆରି ହୋଇ ରହିଛି । ଯାହାକି ଏକ ଅମୂଲ୍ୟ ଧାରାର ସୃଷ୍ଟି କରୁଛି । ସଂସ୍କୃତି ଅଧିକ ମୂଲ୍ୟଧାରୀ ଉପରେ ନିର୍ଭର କରେ ନାହି । ଆପଣ ନିର୍ଭୁଲ, ଉପଯୁକ୍ତ ଭାଷା ଥିବା, ଗୋଟିଏ ଧାରାରେ ବର୍ଣ୍ଣନା କରାଯାଇଥିବା, ଉପଯୁକ୍ତ ଭାବେ ସଜଡା ହୋଇଥିବା ଏବଂ ସଠିକ ଦ୍ରଷ୍ଟବ୍ୟ ଥିବା ତଥ୍ୟ ଯେତେବେଳେ ଇଚ୍ଛା ସେତେବେଳେ ପାଇ ପାରନ୍ତି ।

ଏଗୁଡ଼ିକ ମୋ ପାଇଁ ଏକ ମନମୁଗ୍ଧକର ମୂଲଚାଲ ଭଳି ଲାଗିଲା

ଧନ୍ୟବାଦ,

ଆଲାନ ସୋନ
ଉଇକିପିଡ଼ିଆ ଲେଖକ