ଉଇକିମିଡ଼ିଆ ମୁଖ୍ୟାଂଶ, ଡିସେମ୍ବର ୨୦୧୪

This page is a translated version of the page Wikimedia Highlights, December 2014 and the translation is 96% complete.
Outdated translations are marked like this.

ଉଇକିମିଡ଼ିଆ ବ୍ଲଗ୍ ଡିସେମ୍ବର ୨୦୧୪ରେ ଉଇକିମିଡ଼ିଆ ସଂସ୍ଥାର କାର୍ଯ୍ୟାବଳୀ ଏବଂ ଉଇକିମିଡ଼ିଆ ଆନ୍ଦୋଳନର ଘଟଣାସମୂହ ର କିଛି ବଛା ବଛା ଅଂଶକୁ ନେଇ ପ୍ରସ୍ତୁତ : ମୁଖ୍ୟାଂଶ


HHMV ଙ୍କ ଦ୍ଵାରା ଦିଆଯାଇଥିବା "flame graph". ଏଥିରେ ଦର୍ଶାଯାଇଛି ଯେ କୋଡ଼୍‌ର କେଉଁ ଅଂଶ ସର୍ବାଧିକ ସିପିୟୁ ସମୟ ନିଏ, ଯାହାଦ୍ଵାରା ମିଡ଼ିଆଉଇକିର କାର୍ଯ୍ୟକ୍ଷମତାକୁ ଭବିଷ୍ୟତରେ ଉନ୍ନତ କରାଯାଇପାରିବ ।

ଆମେ କେମିତି ଉଇକିମିଡ଼ିଆରେ ପରିବର୍ତ୍ତନ ପ୍ରକ୍ରିୟାକୁ ଦ୍ଵିଗୁଣିତ କଲୁ

ବିଗତ ଛଅ ମାସରେ, ଉଇକିମିଡ଼ିଆ ସଂସ୍ଥା ନୂଆ ବୈଷୟିକ କୌଶଳକୁ ଉପସ୍ଥାପିତ କରିବା ଦ୍ଵାରା ମିଡ଼ିଆଉଇକି ଏବଂ ଉଇକିପିଡ଼ିଆର ପିଏଚ୍‌ପି କୋଡ଼ ତ୍ଵରାନ୍ଵିତ ହୋଇପାରିଛି । ହିପ୍‌ହପ୍ ଭର୍ଚୁଆଲ୍ ମେସିନ ବା HHMV, ସମ୍ପାଦକ ମାନଙ୍କ ପାଇଁ ମାଧ୍ୟମିକ ପୃଷ୍ଠା ସମୟ ୭.୫ ସେକଣ୍ଡରୁ ୨.୫ ସେକଣ୍ଡକୁ କମ କରିଦେଇଛି, ଏବଂ ପୃଷ୍ଠା ସଂଗ୍ରହଣ ସମୟକୁ ୬ ସେକଣ୍ଡରୁ ୩ ସେକଣ୍ଡକୁ କମ କରିଦେଇଛି। ଏଠାରେ ଦେଖନ୍ତୁ ଆମେ ଏହାକୁ କେମିତି ନିର୍ମାଣ କରୁଛୁ । ବୈଷୟିକ ବିବରଣୀ


 
ପ୍ରଶାନ୍ତ ମହାସାଗରର ଝଡ଼ର ଋତୁ ୨୦୧୪ମସିହାରେ ଇଂରାଜୀ ଉଇକିପିଡ଼ିଆରେ ସର୍ବାଧିକ ଥର ପରିବର୍ତ୍ତନ ହୋଇଥିବା ଲେଖା।
Image by Keith Edkins. Data from NASA/Joint Typhoon Warning Center. Public domain.

ବର୍ଷ ୨୦୧୪ରେ ସର୍ବାଧିକ ଥର ସମ୍ପାଦିତ ହୋଇଥିବା ପ୍ରଥମ ୧୦ଟି ଇଂରାଜୀ ଉଇକିପିଡ଼ିଆ ପୃଷ୍ଠା

୨୦୧୪ମସିହାରେ, ସ୍ଵେଚ୍ଛାସେବୀ ସମ୍ପାଦକମାନେ ତିରିଶି ଲକ୍ଷରୁ ଅଧିକ ପୃଷ୍ଠା ତିଆରି କରିଛନ୍ତି ଏବଂ ଉଇକିପିଡ଼ିଆର ବିଭିନ୍ନ ଭାଷାରେ ଥିବା ଦଶ କୋଟିରୁ ଅଧିକ ଲେଖାକୁ ସମ୍ପାଦନା କରିଛନ୍ତି । ଏଠାରେ ସେ ସବୁ ଲେଖା ଆପଣ ପାଇ ପାରିବେ। ୨୦୧୪ମସିହାରେ ସର୍ବାଧିକ ଥର ସମ୍ପାଦିତ ହୋଇଥିବା ଇଂରାଜୀ ଉଇକିପିଡ଼ିଆ ୧୦ଟି ପୃଷ୍ଠା । ୨୦୧୪ମସିହାରେ ମୃତ୍ୟୁ, ମାଲେସିଆର ଉଡ଼ାଯାହାଜ ଦୁର୍ଘଟଣା, ଇସ୍ରାଏଲ-ଗାଜା ଅଞ୍ଚଳର ଅଶାନ୍ତି ଇତ୍ୟାଦି ।



 
ୟୁକ୍ରେନ୍‌ର କାର୍ପାଥିଆନ୍ ରାଷ୍ଟ୍ରୀୟ ଉଦ୍ୟାନର ଏହି ଛବି ଉଇକି ଲଭ୍‌ସ ଆର୍ଥ୍ ୨୦୧୪ ପ୍ରତିଯୋଗୀତାରେ ପ୍ରଥମ ପୁରସ୍କାର ପାଇଛି ।
Photo by Dmytro Balkhovitin, under CC-BY-SA-3.0

ଉଇକି ଲଭ୍‌ସ ଆର୍ଥ ୨୦୧୪ ବିଜେତାମାନଙ୍କ ସୂଚୀ ଘୋଷିତ

ଉଇକି ଲଭସ୍ ଆର୍ଥ୍, ପ୍ରାକୃତିକ ଦୃଶ୍ୟପାଇଁ ଏକ ଫୋଟୋଚିତ୍ର ପ୍ରତିଯୋଗୀତା, ଯାହା ବିଶ୍ଵର ୧୬ଟି ଦେଶରେ ଏବଂ ବର୍ଷ ୨୦୧୪ରେ ପ୍ରଥମଥର ପାଇଁ ଆନ୍ତର୍ଜାତିକ ଭାବେ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତୀକ ଜୁରି ମଣ୍ଡଳୀଙ୍କ ଦ୍ଵାରା ଭଲଭାବେ ପରଖାଯାଇ କାର୍ପାଥିଆନ୍ ରାଷ୍ଟ୍ରୀୟ ଉଦ୍ୟାନ (ୟୁକ୍ରେନ), ଗଡ଼୍‌ସ ଫିଙ୍ଗର ରକ୍ (ବ୍ରାଜିଲ) ଏବଂ ମୁକ୍ରି ରାଷ୍ଟ୍ରୀୟ ଉଦ୍ୟାନ (ଏସ୍ତୋନିଆ)କୁ ବିଜେତା ଭାବେ ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗୀତା ପାଇଁ ୭୦,୦୦୦ ରୁ ଅଧିକ ଫଟୋ ୧୫ଟି ଦେଶର ୩୦୦୦ରୁ ଅଧିକ ପ୍ରତିଯୋଗୀଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିଲା । ପୁରସ୍କୃତ ଛବିମାନ ଏଠାରେ ଦେଖିପାରିବେ



ଉଇକିପିଡ଼ିଆ: #Edit2014 ୨୦୧୪ମସିହାରେ ଆପଣ ପଢ଼ିଥିବା ଓ ସମ୍ପାଦନା କରିଥିବା ସମସ୍ତ କାହାଣୀ ଜଣାଇଥାଏ ଆପଣ ଏହି ଭିଡ଼ିଓ ୟୁ ଟ୍ୟୁବ୍‌ରେ ଦେଖିପାରିବେVideo by Victor Grigas, CC BY-SA 3.0.

ଉଇକିପିଡ଼ିଆର ସର୍ବପ୍ରଥମ ବାର୍ଷିକ ଭିଡ଼ିଓ

ଉଇକିମିଡ଼ିଆ ସଂସ୍ଥାର ସର୍ବପ୍ରଥମ ବାର୍ଷିକ ଭିଡ଼ିଓ ୨୦୧୪ର ଉତ୍ସବ, ଦୁଃଖ, କଷ୍ଟ, ଭୟ ଆଦି ସମସ୍ତ ବିଷୟକୁ ଏକାଠି ଦେଖାଇବାର ଏକ ପ୍ରୟାସ । ଏହି ଭିଡ଼ିଓ ଦେଖିବା ବେଳେ ଆପଣ ବିଶ୍ଵ ଏବଂ ଉଇକିପିଡ଼ିଆ ସହ ସମତାଳରେ ଯାଇ ବର୍ଷର ସମସ୍ତ ଘଟଣା ଦେଖିପାରିବେ । ଫିଫା ଫୁଟବଲ୍ ବିଶ୍ଵକପ ଠାରୁ ଭାରତୀୟ ଗଣତନ୍ତ୍ରର ସର୍ବସାଧାରଣ ନିର୍ବାଚନ, ଆଇସ ବକେଟ ଚାଲେଞ୍ଜ ଏବଂ ପଶ୍ଚିମ ଆଫ୍ରିକାରେ ବ୍ୟାପିଥିବା ଇବୋଲା ଯାଏ। ଆମେ ଉଇକିପିଡ଼ିଆର ବିଭିନ୍ନ ଭାଷାରେ ଲିଖିତ କାହାଣୀସବୁକୁ ପଢ଼ି ଅନେକ ନୂଆ କଥା ଆବିଷ୍କାର କରିଛୁ, ଏବଂ ସେ ସବୁକୁ ନେଇ ଆମେ ସମସ୍ତଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇପାରିଛୁ । ଭିଡ଼ିଓ ଦେଖନ୍ତୁ, ଏହି ଭିଡ଼ିଓ ଦ୍ଵାରା ଆପଣ ପୃଥିବୀରୁ ମହାକାଶକୁ ମାତ୍ର ତିନିମିନିଟରେ ଯାଇ ପାରିବେ ।


 
ଅନେକ ଗୋଷ୍ଠୀ ସଦସ୍ୟଙ୍କ ମତରେ 'ପରସ୍ପର ସହ ଭଦ୍ର ବ୍ୟବହାର' ଦ୍ଵାରା ଉଇକିପିଡ଼ିଆର ଉନ୍ନତି ହୋଇପାରିବ ।'How can we improve Wikipedia?' photo by Fabrice Florin, CC BY-SA 3.0.

ଦୟାଶୀଳତାର ଏକ ସଂସ୍କୃତି

ଆମର ପରସ୍ପର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଦ୍ଵାରା ଉଇକିପିଡ଼ିଆର ଉନ୍ନତି ସମ୍ଭବ ହୋଇପାରିବ କି ? ଏକ ବ୍ୟକ୍ତିଗତ ମତରେ, ଫ୍ୟାବ୍ରିସ ଫ୍ଲୋରିନ ଦୟାଶୀଳ ସଂସ୍କୃତି ନିର୍ମାଣ ଉଇକିପିଡ଼ିଆ ମାଧ୍ୟମରେ ନିଜ ମତ ଦେଇଛନ୍ତି । ବିଗତ କିଛି ବର୍ଷରେ ସେ ଉଇକିପିଡ଼ିଆର ଉନ୍ନତି ହେତୁ ଶତାଧିକ ଗୋଷ୍ଠୀଙ୍କ ଠାରୁ ମତସଂଗ୍ରହ -- ନିଜ ମତକୁ ନୋଟପ୍ୟାଡ଼ରେ ଲେଖିବାପାଇଁ ଏବଂ ସେମାନଙ୍କ ଫଟୋ ନେବାପାଇଁ ଉଇକି ସଦସ୍ୟମାନଙ୍କୁ ଆହ୍ଵାନ ଦେଇଛନ୍ତି । କେତେକ ବହୁସମର୍ଥିତ ମତ ଯାହା ସଦସ୍ୟମାନଙ୍କୁ ଆହ୍ଵାନ କରିଛି, ଭଦ୍ର ହୁଅ, ଦୟାଶୀଳ ହୁଅ, ବନ୍ଧୁତ୍ଵପୂର୍ଣ୍ଣ ହୁଅ। ଉଇକିପିଡ଼ିଆରେ ଅଂଶଗ୍ରହଣ କରିବା ଅଧିକାଂଶ ନୂତନ ଓ ପୁରାତନ ଉଇକି ସଦସ୍ୟଙ୍କ ପାଇଁ ଏକ କଷ୍ଟକର ହୋଇପାରେ, କାରଣ ଅନେକ ସଦସ୍ୟ ଅସାମାଜିକ ଭାବେ ବ୍ୟବହାର କରିଥାନ୍ତି । ଉଇକିପିଡ଼ିଆ ଗୋଷ୍ଟୀରେ ଅଧିକ ବିଶ୍ଵାସ ଜନ୍ମ କରିବାପାଇଁ କେତେକ ଉପାୟ: ନୂତନ ସଦସ୍ୟଙ୍କୁ ସହାୟତା କରିବା, ସମ୍ପାଦକମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା, ଦୟାଶୀଳ ସଦସ୍ୟଙ୍କୁ ସମ୍ମାନିତ କରିବା, ଅଧିକରୁ ଅଧିକ ସାମାଜିକ ବ୍ୟବସ୍ଥା କାୟମ କରିବା, ବନ୍ଧୁତ୍ଵପୂର୍ଣ୍ଣ ଚ୍ୟାନେଲର ବ୍ୟବହାର କରିବା, ଏବଂ ସର୍ବୋପରି ସମସ୍ତଙ୍କୁ କହିବାକୁ ସୁଯୋଗ ଦେବା । ଏଠାରେ ଅଧିକ ପଢ଼ନ୍ତୁ ଏବଂ ଭିଡ଼ିଓ ଦେଖନ୍ତୁ


ବିଶ୍ଵସ୍ତରୀୟ ପ୍ରଭାବ: ଉଇକିପିଡ଼ିଆ ପାଠାଗାର ଏବଂ ଫାରସୀ ଉଇକିପିଡ଼ିଆ

ବିଗତ ଶରତଋତୁରେ, ଉଇକିପିଡ଼ିଆ ଲାଇବ୍ରେରି ଏକ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏକ ନୂତନ ଡିଜିଟାଲ ଭଣ୍ଡାର ବାବଦରେ ଘୋଷଣା କଲା । ଏସବୁ ବ୍ୟବସ୍ଥା ଦ୍ଵାରା ବିଶ୍ଵସ୍ତରୀୟ ଅଭିଜ୍ଞ ସମ୍ପାଦକଙ୍କ ପାଇଁ ଗବେଷଣାତ୍ମକ ପଦାର୍ଥସବୁ ପାଇବା ସମ୍ଭବ ହୋଇପାରିଲା । ଏହାଦ୍ଵାରା ସମସ୍ତ ମାନବିକ ଜ୍ଞାନର ନିର୍ମାଣ ଏବଂ ପ୍ରସାରଣ ଆହୁରି ସହଜରେ ହୋଇପାରିଲା । ଜର୍ଣ୍ଣାଲ ଅଭିଲେଖ JSTOR ଏକ ଦୀର୍ଘ ସମୟବ୍ୟାପୀ ଏବଂ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମିଳିତ ଯୋଜନା ହୋଇଥିଲା । ଇଂରାଜୀ ଭାଷା ଛଡ଼ା ଜର୍ମାନ, ସ୍ପାନିସ, ଫ୍ରେଞ୍ଚ, ଫାରସୀ ଭାଷାଭାଷୀ ଅନେକ ସମ୍ପାଦକ ଏଥିରେ ଅଂଶଗ୍ରହଣ କରିବା ଆମ ପାଇଁ ଏକ ସୁଖଦ ଅନୁଭବ ଥିଲା । ଅଧିକ ଜାଣିବାପାଇଁ ଆମେ ଜଣେ ଫାରସୀ ସମ୍ପାଦକ User:4nn1l2ଙ୍କୁ ତାଙ୍କ ଉଇକିପିଡ଼ିଆ ଲାଇବ୍ରେରିର ଉପଯୋଗୀତା ବାବଦରେ ପଚାରିଥିଲୁ] ।




ଆଦିବାସୀମାନଙ୍କଠାରୁ ଜାଣିବା

ମାନବୀୟ ଜ୍ଞାନ ସମସ୍ତଙ୍କୁ ଖୋଲାରେ ଯୋଗାଇବାର ଏକ ବିଶାଳ ଲକ୍ଷ୍ୟ ନେଇ ଉଇକିପିଡ଼ିଆ ଆଗକୁ ବଢ଼ୁଛି । କିନ୍ତୁ ଆଦିମ ଜ୍ଞାନ ଏଥିରୁ ଦୂରରେ ରହିଛି । ଏହା ଲିଖିତ ଭାବରେ ଉପଲବ୍ଧ ହୋଇନାହିଁ । ଏଥିପାଇଁ (ଉଇକିମିଡ଼ିଆ) ସ୍ୱେଚ୍ଛାସେବୀ ପିଟର ଗାଲେର୍ଟ ୨୦୧୪ ନାମ୍ବିବିଆ ପାର୍ଟିସିପେଟୋରି ଡିଜାଇନ କନଫେରେନ୍ସରେ "ଓରାଲ ସାଇଟେସନ" ବା "ମୌଖିକ ଆଧାର" ତିଆରି ଓ ଅଭିଲିଖନ ଲାଗି ଏକ କର୍ମଶାଳା ଆୟୋଜନ କରିଥିଲେ । ଗତ ଅକ୍ଟୋବରରେ କିଛି ଉଇକିପିଆଳି ନାମ୍ବିବିଆର ଏକ ଗାଁ ଓଟିନେନେ ଯାଇ ସେଠାରେ ବୟସ୍କମାନଙ୍କଠାରୁ ପରମ୍ପରା, ଚଳଣି ଏବଂ ସ୍ଥାନୀୟ ହେରେରୋ ସଂପ୍ରଦାୟ ବିଷୟରେ ପଚାରି ବୁଝିଥିଲେ । ମୌଖିକ ଆଧାର ଜରିଆରେ ଲିଖନମାନ ଉଇକିପିଡ଼ିଆ ପ୍ରସଙ୍ଗରେ ରୂପାନ୍ତର କରିବା ଏହି ସାକ୍ଷାତକାରର ଲକ୍ଷ୍ୟ ଥିଲା ।


ଏହି ବିଭାଗରେ ଉଇକିମିଡ଼ିଆ ବ୍ଲଗର ୨୦୧୪ ଡିସେମ୍ବରରେ ପ୍ରକାଶିତ ୫ ଟି ପ୍ରମୁଖ କାହାଣୀ ରହିଛି । (୨୦୧୫ ଜାନୁଆରୀ ୩୦ ସୁଦ୍ଧା ମୋଟ ପୃଷ୍ଠା ଦେଖଣା ଆଧାରରେ) -- ତଥା ସମୂହ ସଦସ୍ୟ ମାନଙ୍କ ଦ୍ଵାରା ଲିଖିତ ଅନେକ ପ୍ରମୁଖ କାହାଣୀ ।



ଗୁଣବତ୍ତା ଉପରେ ଗୁରୁତ୍ତ୍ୱ ଆରୋପ କରି ୨୦୧୫ ଜାନୁଆରୀ ୧୫ ରେ ହୋଇଥିବା ଉଇକିମିଡ଼ିଆ ଫାଉଣ୍ଡେସନ ମାସିକ ମେଟ୍ରିକ୍‌ସ ଏବଂ କାର୍ଯ୍ୟାବଳୀ ଆଲୋଚନାର ଭିଡ଼ିଓ ଉପରେ ଆଧାରିତ । (ସ୍ଲାଇଡ଼ମାନ)

ଫାବ୍ରିସ ଫ୍ଲୋରିନ (WMF), ମୁଭମେଣ୍ଟ କମ୍ୟୁନିକେସନ୍ସ ମ୍ୟାନେଜର, ଉଇକିମିଡ଼ିଆ ଫାଉଣ୍ଡେସନ

ଟିଲମ୍ୟାନ ବେଅର (WMF), ସିନିଅର ଆନାଲିଷ୍ଟ, ଉଇକିମିଡ଼ିଆ ଫାଉଣ୍ଡେସନ