ଉଇକିମିଡ଼ିଆ ମୁଖ୍ୟାଂଶ, ଅପ୍ରେଲ ୨୦୧୫

This page is a translated version of the page Wikimedia Highlights, April 2015 and the translation is 100% complete.


ଏଠାରେ ଉଇକିମେଡ଼ିଆ ବ୍ଲଗର ଅପ୍ରେଲ ୨୦୧୫ର ମୁଖ୍ୟାଂଶ ଦିଆଯାଇଛି ।


"Is Wikipedia a dance?" video by Michael Epaka, CC BY-SA 4.0. Roger Moore photo by Allan warren, CC BY-SA 3.0. Freedom of Panorama map by Quibik, CC BY-SA 3.0. "Wiki Loves Earth" photo by Mikipons, CC BY-SA 3.0. Mexican Edit-a-thon photo by Thelmadatter, CC BY-SA 4.0. Collage by Andrew Sherman, CC BY-SA 4.0.

ଉଇକିପିଡ଼ିଆ ଆଇଓଏସ ଆପର ନୂତନ ବ୍ୟବସ୍ଥା ପାଠକମାନଙ୍କୁ ଜ୍ଞାନ ଆହରଣ, ଆବିଷ୍କାର ଏବଂ ବିତରଣ କରିବାର ସୁଯୋଗ ଦେଇଥାଏ

ତଳେ ଦିଆଯାଇଥିବା ଅନୁସାରେ ଅଧୁନା ଆପଣ ଉଇକିପିଡ଼ିଆରୁ ତଥ୍ୟ ନିଜ ବନ୍ଧୁମାନଙ୍କୁ ସୋସିଆଲ ମିଡ଼ିଆ ନେଟୱାର୍କ ଦ୍ୱାରା ସହଜରେ ବିତରଣ କରିପାରିବେ ।Video by Victor Grigas also on YouTube and Vimeo, CC BY-SA 3.0.
ଉଇକିପିଡ଼ିଆର ନୂଆ ଆପ ଆପଣଙ୍କୁ ସହଜରେ ନିଜ ସାଙ୍ଗମାନଙ୍କ ଭିତରେ ନିଜ ଆଇଫୋନ ବା ଆଇପ୍ୟାଡ଼ ଦ୍ୱାରା ତଥ୍ୟ ବିତରଣ କରିବାର ସୁଯୋଗ ଦେଇଥାଏ । ଆଉ ସୁବିଧାସବୁ ହେଉଛି ପ୍ରତିଟି ଲେଖା ଉପରେ ବଡ଼ ଛବି, ଉନ୍ନତ ଖୋଜିବା ସୁବିଧା, ଏବଂ ଅଧିକ ଆବିସ୍କାର । ଆଜି ହିଁ ଡାଉନଲୋଡ଼ କରନ୍ତୁ!

ଉଇକି ଲର୍ଣିଂ ମେକ୍ସିକୋ ସହରରେ ହୋଇଥିବା ଟେକ ଡେ ମୋଣ୍ଟେରେର ଏକ ବିଶାଳ ଏଡ଼ିଟାଥନର ଆୟୋଜନ କରୁଛନ୍ତି

 
ସିଡୁଆଡ଼ ଡେ ମେକ୍ସିକୋ କ୍ୟାମ୍ପସର ଛାତ୍ରଛାତ୍ରୀମାନେ ଟେକ ଡେ ମୋଣ୍ଟେରେ ଏଡିଟାଥନର ୨ୟ ଦିନରେ ଫଟୋ ଅପଲୋଡ଼ କରିଛନ୍ତି । Photo by Thelmadatter, CC BY-SA 4.0.
୨୦୧୫ ମାର୍ଚ୍ଚରେ ଟେକ ଡେ ମୋଣ୍ଟେରେ ଏଜୁକେସନ ପ୍ରୋଗ୍ରାମ (ଉଇକି ଲର୍ଣିଂ) ମେକ୍ସିକୋ ସହରର ତିନୋଟି ସ୍ଥାନରେ ଏକ ତିନିଦିନିଆ ଏଡିଟାଥନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପାଖାପାଖି ୨୦୦ ସ୍ପାନିସ ପ୍ରସଙ୍ଗ ତିଆରି ଏବଂ ସମ୍ପାଦନା କରିଥିଲେ । ସେମାନେ ଶହ ଶହ ସଂଖ୍ୟାରେ ଫୋଟୋ ଓ ୨୭ଟି ତଥ୍ୟମୂଳକ ରେଡ଼ିଓ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ ଅପଲୋଡ଼ କରିଥିଲେ ।

କ୍ୟାମେରୁନଠାରେ ପ୍ରଥମ ଉଇକିପିଡ଼ିଆ ଟିଭି ସ୍ପଟ୍‌ସ ଏବଂ ସଚେତନତା କାର୍ଯ୍ୟକ୍ରମ (ଭିଡ଼ିଓ)

ଏହି ମନୋରମ ଟିଭି ସ୍ପଟ ଦେଖନ୍ତୁ: “ଉଇକିପିଡ଼ିଆ? ଏହା ନୂଆ ନାଚଟି ନୁହେଁ କି ?” Video by Michael Epaka also on YouTube, CC BY-SA 4.0
ପଶ୍ଚିମ ଆଫ୍ରିକୀୟ ଦେଶମାନଙ୍କରେ ଉଇକିପିଡ଼ିଆ ବାବଦରେ ସୂଚନା ଦେବାପାଇଁ କ୍ୟାମେରୁନଠାରେ ପ୍ରଥମ ଉଇକିପିଡ଼ିଆ ଟିଭି ସ୍ପଟ ଗଢ଼ାଯାଇଥିଲା । ଏହିସବୁ ଦେଶମାନଙ୍କରେ ଉଇକିପିଡ଼ିଆର ବ୍ୟବହାର ଅତ୍ୟନ୍ତ ନଗଣ୍ୟ । ଦକ୍ଷିଣ ସ୍ୱିଜରଲ୍ୟାଣ୍ଡର ଇଉନିଭର୍ସିଟି ଅଫ ଆପ୍ଲାଏଡ଼ ସାଇନ୍ସର (SUPSI) ଗବେଷକ ଏବଂ WikiAfricaର ବିଜ୍ଞାନ ବିଷୟର ପୂର୍ବତନ ନିର୍ଦ୍ଦେଶକ ଆୟୋଲାଣ୍ଡା ପେନ୍ସା ଏହି ଜନହିତକର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ମାଇକ ଏପାକା ଏବଂ doual’art ନାମକ ଏକ ଅଣସରକାରୀ ସାଂସ୍କୃତିକ ସଂଗଠନର ବାକି ସଦସ୍ୟଗଣ ତାଙ୍କୁ ଏଥିରେ ସହାୟତା କରିଥିଲେ ।

ସେଲେବ୍ରିଟି ଫଟୋଗ୍ରାଫର ଆଲାନ ଉଆରେନ ଉଇକିପିଡ଼ିଆରେ ବଡ଼ ସଟସବୁ ବିତରିଛନ୍ତି

 
ବ୍ରିଟିସ ଫଟୋଗ୍ରାଫର ଆଲାନ ଉଆରେନଙ୍କ ଦ୍ୱାରା ଉତ୍ତୋଳିତ ରୋଜର ମୁର (ଉପର)ଙ୍କ ଛବି ।Crop by Andrew Sherman, "Sir Roger Moore 3.jpg" by Allan warren, CC BY-SA 3.0.
ବ୍ରିଟିଶ ଫଟୋଗ୍ରାଫର ଆଲାନ ଉଆରେନ ଅନେକ ରାଜନେତା ଏବଂ କଳାକାରଙ୍କ ଛବି ଉତ୍ତୋଳନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରୋଜର ମୁର, ସୋଫିଆ ଲରେନ ଏବଂ ପ୍ରିନ୍‌ସ ଚାର୍ଲସ । ବିଗତ କିଛି ବର୍ଷ ହେଲା ସେ ଉଇକିମିଡ଼ିଆ କମନ୍‌ସରେ ଅନେକ ଛବି ଅପଲୋଡ଼ କରିଛନ୍ତି । ତାଙ୍କ ଛବି ଆମ ଦୃଷ୍ଟି ଆକର୍ଷଣ କଲା ଏବଂ ଆମେ ସାକ୍ଷାତକାର ପାଇଁ ଯୋଗାଯୋଗ କଲୁ ।

ନୂତନ ଉଇକିପିଡ଼ିଆ ଷ୍ଟୋର ବାବଦରେ ଆପଣଙ୍କୁ ଅବଗତ କରାଉଛୁ

 
“ଖୋଲା ଜ୍ଞାନ ଟି-ସାର୍ଟ” ।Photo by Nirzar Pangarkar, CC BY-SA 4.0.
ନୂତନ ଉଇକିପିଡ଼ିଆ ଷ୍ଟୋରରେ ଅନେକ ନୂତନ ଜିନିଷ ଉପଲବ୍‌ଧ । ଉଦାହରଣ ସ୍ୱରୂପ ଏକ ପେନସିଲ ଯାହାକୁ ପୋତିଦେଲେ ସେଇଟି ସେଜ, ଗେଣ୍ଡୁ କିମ୍ବା ତୁଳସୀ ଗଛ ହୋଇ ବଢ଼ିବ । ନୂଆ ଟି-ସାର୍ଟ ଡିଜାଇନ ଏବଂ ଅନେକ ଲୋଭନୀୟ ଆକର୍ଷଣ ମଧ୍ୟ ଏହି ଷ୍ଟୋରରେ ଉପଲବ୍ଧ । ସମସ୍ତ ବିକ୍ରୀ ଉଇକିପିଡ଼ିଆ ସମାଜକୁ ସହାୟତା କରେ ।

ଜଣେ ଉଇକିଆଳି ଇଉରୋପ ପାର୍ଲିଆମେଣ୍ଟ ସଦସ୍ୟମାନଙ୍କୁ କପିରାଇଟ ରିଫର୍ମ ବିଷୟରେ ପ୍ରଶ୍ନକରୁଛନ୍ତି

 
ଇଉରୋପୀୟ ମହାଦେଶର ମାନଚିତ୍ର । Map by Quibik, CC BY-SA 3.0.
ଏହି ମାନଚିତ୍ରରେ ଦେଖାଯିବା ଭଳି ଇଉରୋପୀୟ କପିରାଇଟ ନିୟମାବଳୀ ଅତ୍ୟନ୍ତ ଜଟିଳ । ସବୁଜ ରଙ୍ଗ ଦିଆଯାଇଥିବା ଦେଶମାନଙ୍କରେ ହିଁ କେବଳ ଆପଣ ବିଶାଳ ଅଟ୍ଟାଳିକାମାନଙ୍କ ଫଟୋ ଉଠାଇ ପାରିବେ । ଏହି ନିୟମକୁ ‘ଫ୍ରିଡମ୍ ଅଫ୍ ପ୍ୟାନୋରାମା’ କୁହାଯାଏ । ଇଉରୋପୀୟ ସଂଘରେ ଥିବା ସମସ୍ତେ ଦେଶ ଏଇ ନିୟମକୁ ପାଳନ କରିବା ଉଚିତ ବୋଲି ଖୋଲା ଜ୍ଞାନକୁ ସହଯୋଗ କରୁଥିବା ଓକିଲମାନେ ଦାବୀ କରିଆସୁଛନ୍ତି । ଏଥିପାଇଁ ଉଇକିପିଡ଼ିଆର ଜଣେ ସଭ୍ୟ ସଭ୍ୟମାନଙ୍କ ସଙ୍ଗେ ଆଲୋଚନା କରିବା ପାଇଁ ବ୍ରୁସେଲ୍ସ ଯାଇ ଇଉରୋପୀୟ ପାର୍ଲିଆମେଣ୍ଟରେ କପିରାଇଟର ଆବଶ୍ୟହତା ବିଷୟରେ ଆଲୋଚନା କରିଥିଲେ ।

ଉଇକି ଲଭ୍‌ସ ଆର୍ଥ ୨୦୧୫: ଆମ ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦିଅନ୍ତୁ

 
ଉଇକି ଲଭ୍‌ସ ଆର୍ଥରେ ସାରା ଜଗତର ପ୍ରାକୃତିକ ସମ୍ବଳସବୁର ବିରଳ ଫଟୋସବୁ ସ୍ଥାନପାଇଛି । ଏଥିରେ ରହିଛି ସ୍ପେନର ଆଇଗୁଆମୋଲସ ଦେ ଏଲ ଏମ୍ପୋର୍ଡ଼ା । ଏଇଟି ଗତବର୍ଷର ବିଜେତା ଭାବେ ବଛାଯାଇଥିଲା ।Photo by Mikipons, CC BY-SA 3.0.
ଉଇକି ଲଭ୍‌ସ ଆର୍ଥ ୨୦୧୫ ମେ ୧ ତାରିଖରେ ଆରମ୍ଭ ହୋଇଥିଲା । ଏହା ଆପଣମାନଙ୍କୁ ସାରା ଜଗତର ପ୍ରାକୃତିକ ସମ୍ବଳସବୁର ଫଟୋସବୁ ଅପଲୋଡ଼ କରିବା ପାଇଁ ଅନୁରୋଧ କରୁଛି । ଏହି ଆନ୍ତର୍ଜାତୀୟ ଫଟୋ ପ୍ରତିଯୋଗିତା ଉଇକିମିଡ଼ିଆ ସମାଜ ଦ୍ୱାରା ଇଉକ୍ରେନୀୟ ଓ ପୋଲିସ ଶାଖା ସହଯୋଗରେ ପରିଚାଳିତ । ଆଶା ଆପଣ ଭାଗନେବେ!

Andrew Sherman, ଡିଜିଟାଲ କମ୍ୟୁନିକେସନ ଇଣ୍ଟର୍ନ, ଉଇକିମିଡ଼ିଆ ଫାଉଣ୍ଡେସନ