ଯୋଜନା / ଉଇକିମେଡ଼ିଆ ଆନ୍ଦୋଳନ / ୨୦୧୭ / ଟୁଲ୍ କିଟ୍ / ପରିଚର୍ଚ୍ଚା ସଂଚାଳକ ଭୂମିକା

This page is a translated version of the page Strategy/Wikimedia movement/2017/Organize/Discussion Coordinator Role and the translation is 97% complete.
See the Outreach List to see who has already signed up to be a Discussion Coordinator for their Organized Group.

ପ୍ରଥମ ସୋପାନ: ପରିଚର୍ଚ୍ଚା ସଂଚାଳକ ହେବାପାଇଁ ପଞ୍ଜୀକୃତ ହୁଅନ୍ତୁ ଏବଂ ବାର୍ତ୍ତାଳାପ ପାଇଁ ପ୍ରସ୍ତୁତ ହୁଅନ୍ତୁ

ସମସ୍ତ ଆଲୋଚନା ଗଠନମୂଳକ ଏବଂ ଅନ୍ୟମାନଙ୍କୁ ପ୍ରେରଣାଦାୟୀ ହେଉ ଏବଂ ଏଥିରେ ଅଧିକ ଅଂଶୀଦାର ଭାଗ ନେବାପାଇଁ ଇଚ୍ଛା ପ୍ରକାଶ କରିବାପାଇଁ ଆମେ ପ୍ରତ୍ୟେକ ସଂଗଠିତ ଗୋଷ୍ଠୀରେ ସ୍ବେଚ୍ଛାକୃତ ଆଲୋଚନା ସଂଚାଳକ ମାନଙ୍କୁ ଆବଶ୍ୟକ କରୁଛୁ । ସେ ଏହି ଗୋଷ୍ଠୀର ସଦସ୍ୟ ହୋଇପାରନ୍ତି କିମ୍ବା ଅନ୍ୟ କୌଣସି ଉତ୍ସାହୀ ଗୋଷ୍ଠୀ ସଦସ୍ୟ ହୋଇପାରନ୍ତି, ଯେ ଆଲୋଚନା ସଂଚାଳକ ହେବାପାଇଁ ଇଛ୍ହୁକ । ସଂଚାଳକମାନେ ଚର୍ଚ୍ଚାର ସମସ୍ତ ଦିଗପ୍ରତି ଦୃଷ୍ଟି ଦେବେ, ତଥାପି କିଛି କାର୍ଯ୍ୟକୁ ବିଶେଷ ଭାବରେ ସମ୍ପାଦନା କରିବେ (ଯଥା, କୌଣସି ଚର୍ଚ୍ଚାକୁ ଆଗକୁ ବଢ଼ାଇବା, ଟିପ୍ପଣୀ ରଖିବା, ମୁଖ୍ୟ ତଥ୍ୟ ଗୁଡ଼ିକୁ ସଂକ୍ଷିପ୍ତରେ ଉପସ୍ଥାପନ କରିବା ) ଯାହା ଅନ୍ୟ ସଦସ୍ୟମାନେ ଦେଖିପାରିବେ । ପରିଚର୍ଚ୍ଚା ସଂଚାଳକ ହେବାପାଇଁ ଫର୍ମ ପୂରଣ କରନ୍ତୁ । ଏହାପରେ ଆପଣ ପାଇବେ ଏକ ନିମନ୍ତ୍ରଣ ଗୋଟିଏ ଆଲୋଚନା ସଂଚାଳକ ତାଲିମ କାର୍ଯ୍ୟକ୍ରମ ପାଇଁ ଏବଂ ଆଲୋଚନା ବିଷୟରେ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରୁଥିବା ଭଳି ବ୍ୟକ୍ତିଙ୍କ ସୂଚନା ଦେବାପାଇଁ ୤

କେଉଁମାନେ ଆଲୋଚନା ସଂଚାଳକ ହୋଇପାରିବ ?

ସଭିଏଁ ଆଲୋଚନା ପରିଚାଳନା କରିପାରିବେ । ଆମେ ଆମ ସହ କାମ କରିବା ପାଇଁ (କର୍ମଚାରୀ, ସ୍ବେଚ୍ଛାସେବୀ, ଏବଂ ବ୍ୟକ୍ତିଗତ ଯୋଗଦାନକାରୀ) ଏବଂ ଇଚ୍ଛାମୁତାବକ ଆଲୋଚନା ଆୟୋଜନ କରିବାପାଇଁ ସଂଗଠିତ ଦଳମାନଙ୍କୁ ସ୍ବାଗତ ଜଣାଉଛୁ । ଆମେ ଗୋଷ୍ଠୀର ଉତ୍ସାହୀ ସଦସ୍ୟମାନଙ୍କୁ ଆମନ୍ତ୍ରଣ କରୁଛୁ ସେମାନେ ନିଜେ ନିଜେ ଚର୍ଚ୍ଚାମାନ ଆୟୋଜନ କରିବାପାଇଁ । ଏହି ସବୁ ଆଲୋଚନାରେ ଯଥା:

ଟ୍ରାକ୍ ଏ ଏବଂ ଟ୍ରାକ୍ ବି : ସଂଗଠିତ ଦଳ ଏବଂ ଏହାର ସ୍ବେଚ୍ଛାସେବୀ ମାନେ ଏକତ୍ରିତ ଭାବରେ ଯୁଗ୍ମ ଆଲୋଚନା କରିବେ । ଆମେ ପ୍ରସ୍ତାବ ଦେଉଛୁ ଯେ ଏହି ଗୋଷ୍ଠୀରୁ ହିଁ କେହି ଜଣେ ଏହି ଆଲୋଚନାର ସଂଚାଳକ ରହିବ । କେବଳ ଟ୍ରାକ୍ ଏ : ସଂଗଠିତ ଗୋଷ୍ଠୀ ନିଜ ସଦସ୍ୟମାନଙ୍କୁ ନେଇ ଗୋଟିଏ (କିମ୍ବା ଅନେକ) ଚର୍ଚ୍ଚା ଆୟୋଜିତ କରିବେ (ଯଥା କେବଳ ସଦସ୍ୟ କିମ୍ବା ନିର୍ବାଚିତ ସଦସ୍ୟ ମାନେ ଏବଂ ବୋର୍ଡ୍ ସଦସ୍ୟ)୤ ପ୍ରତ୍ୟେକ ସଂଗଠିତ ଗୋଷ୍ଠୀ ନିଜ ଗୋଷ୍ଠୀରେ ଆୟୋଜିତ ପରିଚର୍ଚ୍ଚା ପାଇଁ ଜଣେ ଚର୍ଚ୍ଚା ସଂଚାଳକ ନିଯୁକ୍ତି କରିବେ୤ କେବଳ ଟ୍ରାକ୍ ବି : ସଂଗଠିତ ଗୋଷ୍ଠୀର ଉତ୍ସାହୀ ସଦସ୍ୟମାନେ କିମ୍ବା ବହୁଗୋଷ୍ଠୀୟ ସଦସ୍ୟ ସ୍ବେଚ୍ଛାସେବୀମାନେ ପରିଚର୍ଚ୍ଚା ସଂଯୋଜକ ହୋଇପାରିବେ ଏବଂ ପ୍ରତ୍ୟେକ୍ ସଦସ୍ୟ ସହ ଚର୍ଚ୍ଚା କରିପାରିବେ୤

ପରିଚର୍ଚ୍ଚା ସଂଚାଳକ ମାନେ କଣ କରିବେ ?

ପରିଚର୍ଚ୍ଚା ସଂଚାଳକମାନେ ନିମ୍ନୋକ୍ତ ସମସ୍ତ ବିଷୟ ପ୍ରତି ଧ୍ୟାନ ଦେବେ, ଏବଂ ସୁନିଶ୍ଚିତ କରିବେ ଯେ ଚର୍ଚ୍ଚା ସବୁ ଆରମ୍ଭ ହେଉ ଏବଂ ସୁଚାରୁ ରୂପେ ହେଉ, ଏବଂ ଆବଶ୍ୟକ ହେଲେ କିଛି କାମ ଅନ୍ୟ ସଦସ୍ୟମାନଙ୍କୁ ଦେଇ ପାରିବେ୤

  • ପରିଚର୍ଚ୍ଚାରେ ଅଂଶଗ୍ରହଣ କରିବା ନିମନ୍ତେ ଗୋଷ୍ଠୀକୁ ନିମନ୍ତ୍ରଣ କରିବା୤
  • ଚର୍ଚ୍ଚାରେ ଅଂଶଗ୍ରହଣ କରିବା ପୂର୍ବରୁ strategy brief କୁ ପଢ଼ିବାକୁ କହିବେ ଯାହା ଦ୍ବାରା ଏକ ସମୃଦ୍ଧ ଏବଂ ସୁଚୀତ ଚର୍ଚ୍ଚା ହୋଇପାରିବ୤
  • discussion guide ଆଧାରରେ ପରିଚର୍ଚ୍ଚା ସଂଚାଳନ କରିବେ୤ ( ଆପଣ ଚାହିଁଲେ ବ୍ୟକ୍ତିଗତ ଚର୍ଚ୍ଚାର ସଂଚାଳନ ପାଇଁ ସ୍ବେଚ୍ଛାସେବୀମାନଙ୍କ ସହାୟତା ନେଇପାରିବେ୤ ସହାୟକ ମାନଙ୍କୁ ଚର୍ଚ୍ଚା ଆରମ୍ଭ କରିବା, ସମୟ ରଖିବା ଏବଂ ଲିଖିତ ବିବରଣୀ ରଖିବା ଆଦି କାମ ଦିଆଯାଇପାରେ୤)
  • ଚର୍ଚ୍ଚାର ବିବରଣୀ ନିଜ ସ୍ଥାନୀୟ ଭାଷାରେ ସ୍ଥାନୀୟ ୱିକିପ୍ରକଳ୍ପରେ ପୋଷ୍ଟ କରିବେ କିମ୍ବା ଯେଉଁ ସ୍ଥାନରେ ଚର୍ଚ୍ଚା ହେଉଛି ସେଇଠି ପୋଷ୍ଟ୍ କରିବେ୤
  • ମୁଖ୍ୟ ଚର୍ଚ୍ଚା ବିଷୟ ଗୁଡ଼ିକର ବିବରଣୀ ତିଆରି କରିବା୤
    • ଚର୍ଚ୍ଚାର ସଂକ୍ଷିପ୍ତ ବିବରଣୀ ନିଜ ସ୍ଥାନୀୟ ଭାଷାରେ ସ୍ଥାନୀୟ ୱିକିପ୍ରକଳ୍ପରେ ପୋଷ୍ଟ କରିବେ କିମ୍ବା ଯେଉଁ ସ୍ଥାନରେ ଚର୍ଚ୍ଚା ହେଉଛି ସେଇଠି ପୋଷ୍ଟ୍ କରିବେ୤
    • the Form ବ୍ୟବହାର କରି ଇଂରେଜୀରେ ସଂକ୍ଷିପ୍ତ ବିବରଣୀ ପୋଷ୍ଟ କରିବେ୤ ଯଦି ଆପଣ ନିଜେ ଏହାକୁ ଅନୁବାଦ କରିପାରିବେ ନାହିଁ ତା ହେଲେ ଏହା କରିବା ଭଳି ଜଣେ ସ୍ବେଚ୍ଛାସେବୀ ଖୋଜିବେ, ଯେ ସଂକ୍ଷିପ୍ତ ବିବରଣୀକୁ ସ୍ଥାନୀୟ ଭାଷାରେ ଅନୁବାଦ କରିବ ଏବଂ ଜଣେ ଭାଷା ସଂଯୋଜକ କିମ୍ବା ସ୍ବେଚ୍ଛାସେବୀ ଏହାକୁ ଭାଷାନ୍ତରଣ କରିବେ୤

ପରିଚର୍ଚ୍ଚା ସଂଚାଳକ ମାନଙ୍କ ପାଇଁ କେଉଁ ପ୍ରକାରର ସହାୟତା ଉପଲବ୍ଧ ରହିବ ?

"ଚର୍ଚ୍ଚା ସହାୟକ ଦଳ:"

ଆମେ ଆପଣଙ୍କ ସହାୟତା ପାଇଁ ଏଠି ରହିବୁ୤ ଆପଣ ଯେତେବେଳେ କୌଣସି ବାର୍ତ୍ତାଳାପକୁ ସଂଚାଳନ କରିବା ପାଇଁ ଲିପିବଦ୍ଧ କରିବେ ଆପଣ ପାଇବେ:

  • ପରିଚର୍ଚ୍ଚା ସଂଚାଳକ ତାଲିମ ପାଇଁ ଏକ ନିମନ୍ତ୍ରଣ, ଯାହା ଆପଣଙ୍କୁ ନିଜ ଦାୟିତ୍ବ ବିଷୟରେ ଅଧିକ ସୁଚନା ଓ ନିର୍ଦ୍ଦେଶ ଦେବ
  • ପରିଚର୍ଚ୍ଚା ସମ୍ବନ୍ଧୀୟ ଯେ କୌଣସି ପ୍ରଶ୍ନର ଉତ୍ତର ଦେବାପାଇଁ ଜଣେ ସଦସ୍ୟଙ୍କ ଯୋଗାଯୋଗ ବିବରଣୀ ଦିଆଯିବ

"ଭାଷା ସହାୟତା:"

ଯେହେତୁ ଆମେ ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ ଚାହୁଁ ସେଇଥିପାଇଁ ଆମ ପାଖରେ ଅନ୍ୟୁନ ୧୭ ଜଣ ଭାଷାବିଦ ଓ ୩ ଜଣ ମେଟା-ୱିକି କର୍ତ୍ତା ରହିବେ ଯେଉଁମାନେ:

  • ପରିଚର୍ଚ୍ଚାର ସଂକ୍ଷିପ୍ତ ବିବରଣୀକୁ ସ୍ଥାନୀୟ ଭାଷା ଏବଂ ଇଂରେଜୀରେ ଅନୁବାଦ କରିବେ ଏବଂ ମେଟାରେ ପୋଷ୍ଟ୍ କରିବେ
  • ମେଟାରୁ ଅନ୍ୟ ସବୁ ଚର୍ଚ୍ଚାକୁ ଇଂରେଜୀ ଓ ସ୍ଥାନୀୟ ଭାଷାରେ ଅନୁବାଦ କରିବେ ଯାହାଦ୍ବାରା ଚର୍ଚ୍ଚା ସଂଚାଳକମାନେ ଚର୍ଚ୍ଚା କରୁଥିବା ଗୋଷ୍ଠୀସହ ସେୟାର୍ କରିପାରିବେ୤ (ଅନ୍ୟ ଭାଷାପ୍ରକଳ୍ପରେ କାମ ହେଉଥିବା ଦେଖି, ଏହା ସ୍ଥାନୀୟ ପ୍ରକଳ୍ପ ମାନଙ୍କରେ ଚର୍ଚ୍ଚା କରିବାକୁ ଉତ୍ସାହ ଦେବ)
  • ଚର୍ଚ୍ଚା ଉପରେ ଦୃଷ୍ଟି ରଖିବେ ଏବଂ ଅଗ୍ରଣୀ ସଦସ୍ୟ, ସହାୟକ ଗୋଷ୍ଠୀ ଏବଂ ମୂଳ ଯୋଜନା ଗୋଷ୍ଠୀ ସଦସ୍ୟମାଙ୍କଉ ଉଚିତ ମନ୍ତବ୍ୟ ଦେବାପାଇଁ ସହାୟତା କରିବେ୤
  • ଆବଶ୍ୟକ ଅନୁସାରେ ଅନ୍ୟ ଅନୁବାଦ ସହାୟତା

ଚର୍ଚ୍ଚା ସଂଚାଳକମାନେ ଚର୍ଚ୍ଚାରେ ଅଂଶ ଗ୍ରହଣ କରିପାରିବେ କି ?

ହଁ, ନିଶ୍ଚୟ୤ କିନ୍ତୁ, ମନେ ରଖିବେ ଚର୍ଚ୍ଚା ଉପରେ ଆପଣଙ୍କ ବ୍ୟକ୍ତିଗତ ମତକୁ ଥୋପିବାକୁ ଚେଷ୍ଟା କରିବେ ନାହିଁ୤

ଯଦି ଆପଣ ସହାୟକ (ଚର୍ଚ୍ଚା ଆରମ୍ଭ କରିବା) ପଦବୀରେ ଥାଆନ୍ତି, ତା ହେଲେ ଆପଣଙ୍କ ମୁଖ୍ୟ ଦାୟିତ୍ବ ହେଉଛି ଆପଣ ଚର୍ଚ୍ଚାକୁ ସୁରୁଖୁରୁରେ ଚଳାଇବେ ଏବଂ ଧ୍ୟାନ ଦେବେ ଚର୍ଚ୍ଚା ଯେମିତି ସଠିକ୍ ଭାବରେ ହେଉଛି୤ ଯେତେବେଳେ ଆପଣ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ ସେତେବେଳେ ଗୋଷ୍ଠୀକୁ ସ୍ପଷ୍ଟ ଭାବରେ ଜଣାଇବେ ଯେ ଆପଣ ଜଣେ ସଦସ୍ୟ ଭାବରେ ଏଥିରେ ଅଂଶ ଗ୍ରହଣ କରୁଛନ୍ତି୤

ନିୟମତଃ, ଯଦି ଜଣେ ସଂଯୋଜକ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବାକୁ ଚାହାନ୍ତି, ତା ହେଲେ ସେ ଅନ୍ୟ କାହାକୁ ନିଜ ପଦବୀ ଦେଇ ପାରନ୍ତି ଏବଂ ଚର୍ଚ୍ଚା ଅଂଶ ଗ୍ରହଣ କରିପାରନ୍ତି୤

ଚର୍ଚ୍ଚା ସଂଚାଳକ ହେବାପାଇଁ ମୁଁ କେମିତି ପଞ୍ଜିକୃତ ହେବି ?

ଯଦି ଆପଣ ଜଣେ ପରିଚର୍ଚ୍ଚା ସଂଚାଳକ ଭାବରେ ସ୍ବେଚ୍ଛାସେବୀ ହୋଇବାକୁ ଚାହୁଁଛନ୍ତି, ଏହିଠାରେ କ୍ଲିକ୍ କରନ୍ତୁ : please sign up here ୤ ଏହା ଆମକୁ ଜଣାଇବ ଯେ ଆପଣ କୌଣସି ଚର୍ଚ୍ଚାର ଆୟୋଜନ କରିବାକୁ ଚାହୁଁଛନ୍ତି ଏବଂ ଆମେ ଆପଣଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇଦେବୁ୤

ପରିଚର୍ଚ୍ଚା ସଂଚାଳକ ବ୍ୟତୀତ ଅନ୍ୟ କୌଣସି ସୁଯୋଗ ଅଛି କି ସ୍ବେଚ୍ଛାସେବୀ ଭାବରେ ସହାୟତା କରିବାପାଇଁ

ହଁ ! ଯଦିଓ ଆମେ ଜାଣିଛୁ ପ୍ରତ୍ୟେକ ପରିଚର୍ଚ୍ଚା ପାଇଁ କେବଳ ଜଣେ ସଂଚାଳକ ଆମେ ଆବଶ୍ୟକ କରୁଛୁ କିନ୍ତୁ ଆମେ ଜାଣିଛୁ ଅନ୍ୟମାନେ ମଧ୍ୟ ଏଥିରେ ସହାୟତା କରିପାରିବେ (ଯଥା ସଦସ୍ୟ ମାନଙ୍କୁ ନିମନ୍ତ୍ରିତ କରିବା, ବିବରଣୀ ଲେଖିବା, ମେଟାରୁ ବା ମେଟାକୁ ଅନୁବାଦ କରିବା )୤ ଆମେ ପ୍ରୋତ୍ସାହନ ଦେଉଛୁ ଯେ ଆପଣ କୌଣସି ସ୍ତରରେ ହେଉନା କାହିଁକି ଚର୍ଚ୍ଚାରେ ସାମିଲ ହେବେ ( ଏବଂ ଆମେ ଜାଣିଛୁ ପରିଚର୍ଚ୍ଚା ସଂଚାଳକ ମାନେ ଏହାକୁ ନିଶ୍ଚୟ ପ୍ରଶଂସା କରିବେ)୤ ପରିଚର୍ଚ୍ଚା ସଂଚାଳକମାନେ ନିଜର ସ୍ଥାନୀୟ ପ୍ରୋଜେକ୍ଟ୍ ଭାଷା ସହ ଯୋଗାଯୋଗ କରିବା କିମ୍ବା ୱିକି ସହ ଯୋଗାଯୋଗ କରିବା କିମ୍ବା ବିଷୟସମ୍ବଳିତ ଗୋଷ୍ଠୀ ସଂରଚନା କରିବା ଆଦି କାମ ପାଇଁ ଆମେ ଉତ୍ସାହିତ କରିବୁ୤ ଏହାଦ୍ବାରା ଭାଷାରେ କିଛି ଅନୁଦାନ ବା ଅବଦାନ ଦେଉଥିବା ବ୍ୟକ୍ତି ବା ସଦସ୍ୟମାନେ ତାଙ୍କ ସହ ଯୋଗାଯୋଗ କରିପାରିବେ୤