ୱିକିମେଡ଼ିଆ ମୁଖ୍ୟାଂଶ, ଫେବୃଆରୀ ୨୦୧୫

This page is a translated version of the page Wikimedia Highlights, February 2015 and the translation is 100% complete.

ଏହିଠାରେ ଫେବୃଆରୀ ୨୦୧୫ର Wikimedia blogମୁଖ୍ୟାଂଶ ଦିଆଯାଇଛି, ଯେଉଁଠି ୱିକିମେଡ଼ିଆ ସଂଗଠନର ତଥା ଅନ୍ୟାନ୍ୟ ୱିକିମେଡ଼ିଆ ଆନ୍ଦୋଳନର କାର୍ଯ୍ୟକ୍ରମର ତଥ୍ୟ ରହିଛି୤

ୱିକିରେ ପ୍ରେମ

 
3D Love: ଗାଣିତିକ ସୂତ୍ରରେ ପରିପ୍ରକାଶିତ ଏହି ହୃଦୟର ଚିତ୍ର ୱିକିମେଡ଼ିଆ ସାଇଟ୍ ମାନଙ୍କରେ ଭଲପାଇବାର ସଙ୍କେତ ଭାବରେ ପରିଗଣିତ୤
Photo By Chiph588, CC0
.
ଭାଲେଣ୍ଟାଇନ୍ ଦିବସ ଉପଲକ୍ଷେ ଆମେ ୱିକିମେଡ଼ିଆରେ ସକ୍ରିୟ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲୁ ୱିିକିପେଡ଼ିଆ ଏବଂ ଏହାର ସମ୍ମିଳିତ ସାଇଟ୍ ମାନଙ୍କରୁ ପ୍ରେମ ବିଷୟ ସମ୍ବଳିତ ସେମାନଙ୍କ ପସନ୍ଦର ଆଲେଖ୍ୟ ଓ ଛବିକୁ ସେୟାର୍ କରିବା ପାଇଁ୤ ସାମୁହିକଭାବରେ ଆମେ ଅନେକ ଆଲେଖ୍ୟ, ଛବି, ଭିଡ଼ିଓ, ଶବ୍ଦ, କଥା ଓ ୱେବସାଇଟ୍ ଆଦିର ସଂଗ୍ରହ ପାଇଥିଲୁ, ଯାହା ଆମ ୱିକିରେ ଥିବା - ପ୍ରେମର ବିଭିନ୍ନ ପରିଭାଷାକୁ ବୁଝାଉଥିଲା୤

ଏକ ଉଇକିପ୍ରେମ କାହାଣୀ

 
ଗୋଟିଏ ୱିକି ପ୍ରେମକାହାଣୀ ଆୱନର୍ ଏବଂ ଡାର୍‌ୟା ଇସ୍ରାଏଲରେ ଭ୍ରମଣ କରୁଥିବା ସମୟରେ ଅନ୍ୟ ୱିକିପେଡ଼ିଆ ସଦସ୍ୟଙ୍କ ପ୍ରେମରେ ପଡ଼ିଲେ୤ ଏଠାରେ ସେମାନେ ମାଉଣ୍ଟ୍ ଏଇଟାନ୍‌ରେ ଥିବାର ଦୃଶ୍ୟ୤
Photo by Deror Avi, CC-BY-SA 4.0

ୱିକିପେଡ଼ିଆ ସଦସ୍ୟ ଆୱନର୍ ଏବଂ ଡାର୍‌ୟା ୱିକିମେଡ଼ିଆ ଇସ୍ରାଏଲ୍ ପାଇଁ ସ୍ବେଚ୍ଛାସେବୀ ଭାବରେ କାମକରୁଥିବା ବେଳେ ପରସ୍ପରର ପ୍ରେମରେ ପଡ଼ିଲେ୤ ଜ୍ଞାନ ଆହରଣର ଦୁର୍ବାର କାମନା ସେମାନଙ୍କୁ ନିର୍ବନ୍ଧ ସୂତ୍ରରେ ବନ୍ଧିତ କରିଦେଲା୤ ସେମାନଙ୍କ ଭଲପାଇବାର କାହାଣୀ ଭାଲେଣ୍ଟାଇନ୍ ଦିବସ ଦିନ ପ୍ରକାଶିତ ହୋଇଥିଲା୤

ୱିକିପେଡ଼ିଆ ସହ କେଉଁମାନେ ସଂଯୁକ୍ତ ?

 

ଏଠାରେ ପ୍ରମୁଖ ବାହ୍ୟ ୱେବ୍‌ସାଇଟ୍ ମାନଙ୍କ ତାଲିକା ଦିଆଯାଇଛି, ଯାହା ୱିକିପେଡ଼ିଆ ସହ ସଂଯୁକ୍ତ ହୋଇଛନ୍ତି୤ ଏହି ସାଇଟ୍ ମାନେ ସର୍ବମୋଟ୍ ଲିଙ୍କ୍ ସଂଖ୍ୟା ଏବଂ ସମସ୍ତ ୱିକିପେଡ଼ିଆ ଭାଷାର ଉଚ୍ଚ ସ୍ତରୀୟ ଡୋମେନ୍୤
Graph by Gianluca Demartini, CC-BY-SA 4.0

ୱିକିପେଡ଼ିଆ ସହ କେଉଁମାନେ ସଂଯୁକ୍ତ ହେଉଛନ୍ତି ସେ ବିଷୟରେ ଜାଣିବାପାଇଁ ସିଫେଲ୍‌ଡ୍ ବିଶ୍ବବିଦ୍ୟାଳୟର ଗବେଷଣା ଗୋଷ୍ଠୀ ୱିକିପେଡ଼ିଆ ସହ ସଂଯୁକ୍ତ ହେଉଥିବା ଲିଙ୍କ୍ ମାନଙ୍କୁ ନିରୀକ୍ଷଣ କରି ଉଚ୍ଚସ୍ତରୀୟ ଡୋମେନ୍ ମାନଙ୍କୁ ବିଶ୍ଳେଷଣ କରିଥିଲେ ଯାହା ୱିକିପେଡ଼ିଆ ଭାଷାମାନଙ୍କୁ ସର୍ବାଧିକ ସହଯୋଗ କରୁଥିଲେ୤

ୱିକିପେଡ଼ିଆ ଶୂନ୍ୟ କଣ ? ( ଭିଡ଼ିଓ)

“ୱିକିପେଡ଼ିଆ ଶୂନ୍ୟ କଣ?” ଏହି କ୍ଷୁଦ୍ର ଭିଡ଼ିଓ Wikipedia Zero program ରେ ମାତ୍ର ଦୁଇ ମିନିଟରେ ସହଜରେ ବୁଝିହେବ୤ ଆପଣ ଏହି ଭିଡ଼ିଓକୁ Vimeo.com here ଏବଂ YouTube.com here ବି ଦେଖିପାରିବେ୤
Video by Victor Grigas (WMF), CC-BY-SA 3.0

ଦେଖନ୍ତୁ କେମିତି ବିଶ୍ବବ୍ୟାପୀ ମୋବାଇଲ୍ ସେବା ପ୍ରଦାନକାରୀମାନେ ୱିକିପେଡ଼ିଆ ଦେଖିବା ପାଇଁ ଶୂଳ୍କ କମ କରୁଛନ୍ତି୤ ଏଠାରେ ଏକ କ୍ଷୁଦ୍ର ଭିଡ଼ିଓ ଦିଆଯାଇଛି, ଯେଉଁଥିରେ ୱିକିପେଡ଼ିଆ ଶୂନ୍ୟ କାର୍ଯ୍ୟକ୍ରମକୁ ମାତ୍ର ଦୁଇ ମିନିଟରେ ବୁଝାଇ ଦିଆଯାଇଛି୤

ୱିକିମେଡ଼ିଆ ଯୋଜନା ପରାମର୍ଶରେ ଯୋଗଦାନ କରନ୍ତୁ

 
ୱିକିମେଡ଼ିଆ ଆନ୍ଦୋଳନ କାମକରେ କାରଣ ଏହା ବିଭିନ୍ନ ପ୍ରକାରର ଜଟିଳ ସମସ୍ୟାର ସହଜ ସମାଧାନ ପ୍ରକ୍ରିୟାକୁ ଏକାଠିକରେ୤ ୱିକିମେଡ଼ିଆ ଫାଉଣ୍ଡେସନ୍ ଆନ୍ଦୋଳନର ବିଭିନ୍ନ ଯୋଜନା ବିଷୟରେ ଚର୍ଚ୍ଚା କରିବାପାଇଁ ଗୋଷ୍ଠୀଭିତ୍ତିକ ପରାମର୍ଶ ଆରମ୍ଭ କରିଛନ୍ତି ୤
Group photo of Wikimania 2014 participants by Ralf Roletschek, licensed under CC-BY-SA 3.0

ୱିକିମେଡ଼ିଆର ଭବିଷ୍ୟତ ବିଷୟରେ ଚର୍ଚ୍ଚା କରିବାପାଇଁ ୱିକିମେଡ଼ିଆ ଫାଉଣ୍ଡେସନ୍ ଗୋଷ୍ଠୀ ମାନଙ୍କୁ ସହଯୋଗ କରିବାପାଇଁ ଦୁଇ ସପ୍ତାହର ଏକ କାର୍ଯ୍ୟକ୍ରମ କରିଥିଲେ୤ ଏହି ଅନଲାଇନ୍ ପରିଚର୍ଚ୍ଚା ଅତ୍ୟନ୍ତ ସଫଳ ରହିଥିଲା ଏବଂ ଏହା ୱିକିମେଡ଼ିଆର ଭବିଷ୍ୟତ ପାଇଁ ବହୁତ ସାହାଯ୍ୟ ହେବ୤

କଳା ଇତିହାସ ମାସ ଏଡିଟ୍-ଏ-ଥନ୍‌ସ୍ ୱିକିପେଡ଼ିଆର ବହୁସାଂସ୍କୃତିକ ବିଭେଦକୁ ଦୂର କରିବ

 
କଳା ଇତିହାସ ମାସ ପାଇଁ, ଅନେକ ୱିକିପେଡ଼ିଆ ଆଲେଖ୍ୟ କଳା ସଂସ୍କୃତି ବିଷୟରେ ଏଡ଼ିଟ୍-ଏ-ଥନ୍‌ସରେ ପ୍ରସ୍ତୁତ କରାଯାଇଥିଲା୤ ନ୍ୟୁ ୟର୍କ୍ ସହର ସ୍କମ୍‌ବର୍ଗ୍ କେନ୍ଦ୍ରଠାରେ “ବ୍ଲାକ୍‌ଲାଇଭସ୍‌ମାଟର୍” କାର୍ଯ୍ୟକ୍ରମ ସେ ଭିତରୁ ଗୋଟିଏ୤
Photo by Terrence Jennings, CC BY-SA 4.0

ଏଡ଼ିଟ୍-ଏ-ଥନ୍‌ସ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଫେବୃଆରୀ ୨୦୧୫ରେ କରାଯାଇଥିଲା. ଏହାଦ୍ବାରା କଳା ଇତିହାସକୁ ସମ୍ମାନ ଦେବା ସହ ବହୁସଂସ୍କୃତିକ ବିଭେଦକୁ ଦୂର କରିବାର ଲକ୍ଷ୍ୟ ରଖାଯାଇଥିଲା୤ ଯାହାଫଳରେ କଳା ସଂସ୍କୃତି ବିଷୟରେ ଅନେକ ଆଲେଖ୍ୟ ସୃଷ୍ଟି ହୋଇପାରିଥିଲା୤

ୱିକି ଲଭସ୍ ଆଫ୍ରିକା ଫୋଟୋ ପ୍ରତିଯୋଗିତାର ପୁରସ୍କୃତ ଛବିର ଘୋଷଣା

 
kosharyର ଥାଳି, ଇଜିପ୍ଟର ଏକ ବହୁପସନ୍ଦ ପ୍ରମୁଖ ଖାଦ୍ୟ୤ ଏହି ଛବି “ୱିକି ଲଭସ୍ ଆଫ୍ରିକା କ୍ୟୁଜିନ୍” ପାଇଁ ନିଆଯାଇଥିଲା, ଯାହା ଆଫ୍ରିକୀୟ ଖାଦ୍ୟ ସମ୍ବନ୍ଧିତ ପ୍ରତିଯୋଗୀତା ଥିଲା୤
Photo by Dina Said, CC BY-SA 4.0

“ୱିକି ଲଭସ୍ ଆଫ୍ରିକା” ଫଟୋ ପ୍ରତିଯୋଗୀତାରେ ୬୦୦୦ରୁ ଉର୍ଦ୍ଧ୍ବ ଛବି ୱିକିମେଡ଼ିଆ ସର୍ବସାଧାରଣକୁ ଉପଲୋଡ଼୍ ହୋଇଥିଲା୤ ଜୁରୀଦ୍ବାରା ନିର୍ବାଚିତ ଶ୍ରେଷ୍ଠ ଓ ପୁରକୃତ ଛବି ସବୁ ଦେଖନ୍ତୁ୤

ଆଣ୍ଡ୍ର୍ୟୁ ସେର୍ମୋନ୍, ଡିଜିଟାଲ୍ ଯୋଗାଯୋଗ ଇଣ୍ଟର୍ନ, ୱିକିମେଡ଼ିଆ ଫାଊଣ୍ଡେସନ୍”